ETV Bharat / city

ନବବଧୂକୁ ନିର୍ଯାତନା, ଘରୁ ଘୋଷାଡି ଆଣି ରାସ୍ତାରେ ଫିଙ୍ଗିଦେଲେ ସ୍ବାମୀ ଓ ଶାଶୂ

author img

By

Published : Nov 20, 2019, 10:41 PM IST

କଟକ ଜିଲ୍ଲା ବାଙ୍କୀ ଥାନା ଚକାପଦ ଗ୍ରାମରେ ନବବଧୂକୁ ନିର୍ଯାତନା ଅଭିଯୋଗ । ନିଜ ସ୍ବାମୀ ଓ ଶାଶୂ ଘରେ ବାଡେଇ ରାସ୍ତାରେ ପକାଇଥିବା ଅଭିଯୋଗ ପରେ ସ୍ବାମୀକୁ ଅଟକ ରଖିଲା ପୋଲିସ ।

ଡିଜାଇନ ଫଟୋ

କଟକ: ନବବଧୂକୁ ନିର୍ଯାତନା । ବାଙ୍କୀ ଥାନା ଚକାପଦ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ନବବଧୂକୁ ଘରେ ବାଡେଇବା ସହ ଘୋଷାଡି ଆଣି ମୁର୍ମୂଷୁ ଅବସ୍ଥାରେ ରାସ୍ତାକଡରେ ସ୍ବାମୀ ଓ ଶାଶୂ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ନବବଧୂକୁ ନିର୍ଯାତନା, ଥାନାରେ ସ୍ବାମୀ ଅଟକ

ମୁର୍ମୂଷୁ ଅବସ୍ଥାରେ ପଡିଥିବା ସମୟରେ ଗ୍ରାମବାସୀ ଓ ଅଗ୍ନିଶ୍ରମ ବିଭାଗ ନବବଧୂକୁ ଉଦ୍ଧାର କରି ବାଙ୍କୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସେପଟେ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ସ୍ବାମୀକୁ ଅଟକ ରଖି ପଚରାଉଚରା ଚଳାଇଛି ।

ଏଭଳି ଘଟଣାକୁ ସ୍ଥାନୀୟ ଲୋକେ ନିନ୍ଦା କରିବା ସହ ପୋଲିସ ତଦନ୍ତ କରି ନବବଧୂକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ପୋଲିସ ମନା କରିଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: ପୁଣି ନବବଧୂକୁ ନିର୍ଯ୍ୟାତନା। ବାଙ୍କୀ ଥାନା ଅନ୍ତର୍ଗତ ଚକ।ପଦ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପରିବାରିକ କଳହକୁନେଇ ନବ ବଧୂକୁ ଘରେ ବାଡେଇ ଘୋଷଡି ଆଣି ମୁର୍ମୁସ ଅବସ୍ଥାରେ ରାସ୍ତା କଡ଼ରେ ଫିଙ୍ଗିଦେଲେ ସ୍ୱାମୀ ଓ ଶାଶୁ । ମୁର୍ମୁସ ଅବସ୍ଥାରେ ଗ୍ରାମବାସୀ ଓ ଅଗ୍ନିଶ୍ରମ ବିଭାଗ ଦ୍ୱାରା ନବବଧୁ କୁ ଉଦ୍ଧାର କରାଯାଇଛି।ତେବେ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି ।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖାଦେଇଛି ।ସେପଟେ ଗ୍ରାମବାସି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀକୁ ଅଟକ ରଖି ପଚରା ଉଚରା ଚଳାଇଛି ।ଏଭଳି ଘଟଣାକୁ ସ୍ଥନୀୟ ଲୋକେ ନିନ୍ଦା କରିବା ସହ ପୋଲିସ ତଦନ୍ତ କରି ନବବଧୂକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ।ତେବେ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ପୋଲିସ ମନା କରିଦେଇଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.