ETV Bharat / city

Anubhav-Varsha Marital Discord: ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ପଠାଇଲେ ଅନୁଭବ

କଟକ SDJM କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଚଙ୍କା ପଠାଇଲେ ଅନୁଭବ । ଶାଶୁଘର ଛାଡି ବାହାରେ ରହିବେ ବର୍ଷା ପ୍ରିୟଦର୍ଶିନୀ । ଅଧିକ ପଢନ୍ତୁ

author img

By

Published : Jun 3, 2022, 3:47 PM IST

Anubhav-Varsha Marital Discord: ବର୍ଷାଙ୍କ ଆକାଉଣ୍ଟକୁ 30 ହଜାର ପଠାଇଲେ ଅନୁଭବ

କଟକ: SDJM କୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ ପାଳନ କଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଭବ ଆଜି(ଶୁକ୍ରବାର) ପତ୍ନୀ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡି ବାହାରେ ରହିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ତେବେ ବର୍ଷାଙ୍କୁ ଟଙ୍କା ପଠାଇବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି ।

Anubhav-Varsha Marital Discord: ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ପଠାଇଲେ ଅନୁଭବ

କୋର୍ଟରେ ହାଜର ହୋଇ ଟଙ୍କା ଜମା କରାଯାଇଥିବା ଅବଗତ କରିଛନ୍ତି ଅନୁଭବ । ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଜମା କରିବାକୁ ଗତକାଲି(ଗୁରୁବାର) ପାରିବାରିକ ବିବାଦର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅନୁଭବଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ଅନୁଭବଙ୍କ ପୈତୃକ ଘରେ ନ ରହିବାକୁ କୋର୍ଟରେ ଆବେଦନ କରିଥିଲେ ।

ତେବେ ଦୁଇ ମାସ ମଧ୍ୟରେ ଏହି ଟଙ୍କା ଜମା କରିବା ପରେ ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.