ETV Bharat / city

ତେଲ ଫିଲିଂ ଷ୍ଟେସନରୁ ଲୁଟ୍‌ ଘଟଣା: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

author img

By

Published : Jan 9, 2022, 7:44 PM IST

ପାରାଦ୍ବୀପ ତେଲ ଫିଲିଂ ଷ୍ଟେସନରୁ 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ କରିଥିବା ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ନଗଦ ଟଙ୍କା ଜବତ ସହ ଅଭିଯୁକ୍ତ ଗିରଫ
ନଗଦ ଟଙ୍କା ଜବତ ସହ ଅଭିଯୁକ୍ତ ଗିରଫ

କଟକ: ଗିରଫ ହେଲା ଲୁଟ୍ ଅଭି ଟିନା । ଗୋପାଳପୁର ନିକଟରେ ଥିବା ପାରାଦ୍ବୀପ ତେଲ ଫିଲିଙ୍ଗ ଷ୍ଟେସନରୁ 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ଆଜି କଟକ ସଦର ପୋଲିସ ହାତରେ ଧାରା ପଡିଛି ଟିନା ଓରଫ ତ୍ରିନାଥ ରାଉତ । ତେବେ ଟିନାକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ଅନୁସଯାୟୀ, ଗତ 5 ତାରିଖ ମଧ୍ୟ ରାତିରେ କୌଶଳବଶତଃ ଉକ୍ତ ଫିଲିଂ ଷ୍ଟେସନରୁ 2 ଲକ୍ଷ 77 ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟ କରିଥିଲା ଟିନା । ଘଟଣା ଘଟିବା ପରେ ସ୍ଥାନୀୟ ଥାନାରେ ଏତେଲା ହେବା ପରେ ଆଜି(ରବିବାର) ଟିନା ହାତରେ ହ୍ୟାଣ୍ଡକପ ପକାଇଛି କମିଶନରେଟ ପୋଲିସ । ଏଥିସହ ତା' ନିକଟରୁ 1 ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଓ ଦାମୀ ମୋବାଇଲ ଜବତ କରିଛି ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.