କଟକ: ରଙ୍ଗ ନମ୍ବର ପ୍ରେମ ପଡିଲା ମହଙ୍ଗା । ଯାହାର ପରିଣାମ ଭୋଗିବାକୁ ପଡିଲା ନାବାଳିକାର ବାପା ମାଆଙ୍କୁ । 50 ହଜାର ଦିଅ ନହଲେ ଗାଁ ଛାଡ । ଟଙ୍କା ପୈଠ କରିବାରେ ସମର୍ଥ ନ ହେବାରୁ ଗାଁ ଛାଡି ଥିଲେ ନାବାଳିକାର ବାପା ମାଆ । ଗାଁ ଛାଡି ଜଗତପୁର ଅଞ୍ଚଳରେ ରହୁଥିଲେ ନାବାଳିକାର ପରିବାର ଲୋକେ । ଶେଷରେ ନିରୁପାୟ ହୋଇ ସିଡବ୍ଲୁସି ଆଗରେ ଅଭିଯୋଗ କରିଥିଲେ ପରିବାର ଲୋକ । ଘଟଣାର ତଦନ୍ତ ଆରମ୍ଭ କରି ନାବାଳିକାକୁ ଉଦ୍ଧାର କରାଯାଇ କଟକ ବସୁନ୍ଧରାରେ ରଖାଯାଇଛି । ତାହାର ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ସୂଚନା ଦେଇଛନ୍ତି ସିବ୍ଲୁସି ଅଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ନର୍ସିଂପୁର ଗାଁରେ ।
ସୂଚନା ଅନୁସାରେ ,ନର୍ସିଂପୁର ଅଞ୍ଚଳର ସାମନ୍ତରାୟପୁର ଜଣେ ନାବାଳିକା ସହିତ ରଙ୍ଗ ନମ୍ବରରେ କଟକ ଗାନ୍ଧୀପଲି ଅଞ୍ଚଳର ଜଣେ ଵିବାହିତ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷରେ ନାବାଳିକା ଜଣକ ସେହି ପୁରୁଷଙ୍କ ସହିତ ଫେରାର ହୋଇଯାଇଥିଲା । ପରେ ଏନେଇ ନାବାଳିକାର ପରିବାର ଉପରେ ଗାଁର ମୁରବୀ ଆରମ୍ଭ କରିଦେଇଥିଲେ ଅତ୍ୟାଚାର । ଜରିମାନା ବାବଦକୁ 50 ହଜାର ଟଙ୍କ ଦିଅ ନତେଚ ଗାଁ ଛାଡିବାକୁ ବାଧ୍ୟ କରିଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ