କଟକ: ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଗୁରୁବାର ପର୍ଯ୍ୟନ୍ତ ମୋଟ ୫୫୩୬ଟି ମାମଲା ରୁଜୁ କରାଯାଇଛି । ଗତ ୨୪ ତାରିଖ ଠାରୁ ଏପର୍ଯ୍ୟନ୍ତ ଏତିକି ସଂଖ୍ୟାରେ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବୁଧବାର ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୫୮ଟି ମାମଲା ରୁଜୁ କରାଯାଇଛି । ଏହି ୫୮ଟି ମାମଲା ମଧ୍ୟରୁ ୫୦ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ ହୋଇଥିବା ବେଳେ, ହୋମ କ୍ବାରେନଣ୍ଟାଇନ ଉଲ୍ଲଂଘନ କରିବା ଅଭିଯୋଗରେ କୌଣସି ମାମଲା ରୁଜୁ ହୋଇନାହିଁ ।
ତେବେ ୮ଟି ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ