ETV Bharat / city

ଏଣିକି କୀଟନାଶକ ନୁହେଁ ଯନ୍ତାରେ ପଡିବେ ପୋକ, ଏନଆରଆରଆଇର ସଫଳ ଉଦ୍ଭାବନ - Odisha scientis

ଏଣିକି ଫସଲ ନଷ୍ଟ କରୁଥିବା ପୋକକୁ ଧରିବ ଯନ୍ତା । କୀଟନାଶକ ବଦଳରେ ଯନ୍ତା ବସାଇ ପୋକ ମାରି ପାରିବେ ଚାଷୀ । ଅଧିକ ପଢନ୍ତୁ...

ପୋକ ମରା ଯନ୍ତା
ପୋକ ମରା ଯନ୍ତା
author img

By

Published : Feb 15, 2021, 3:23 PM IST

କଟକ: ଚକଡା ପୋକ ଏବଂ କାଣ୍ଡ ବିନ୍ଧା ପୋକ ଭଳି ଅନେକ ପ୍ରଜାତିର ପୋକ, ଯାହାକି ରାତାରାତି ହେକ୍ଟର ହେକ୍ଟର ଚାଷ ଜମିରେ ଥିବା ଫସଲକୁ ଖାଇ ନଷ୍ଟ କରି ଦେଇଥାନ୍ତି । ଏହି ପୋକମାନଙ୍କ ଦ୍ବାରା ଫସଲ ନଷ୍ଟ ହେବା ସହ ଏମାନଙ୍କୁ ମାରିବା ପାଇଁ କୀଟନାଶକ ପ୍ରୟୋଗ କରାଯାଏ । କ୍ଷତିକାରକ କୀଟନାଶକ ପ୍ରୟୋଗ ଫଳରେ ଉଭୟ ଫସଲ ଏବଂ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ ।

ପୋକ ମରା ଯନ୍ତା

ତେବେ ଏହି ସମସ୍ତ ସମସ୍ୟାର ନିରାକରଣ ପାଇଁ କଟକ ଠାରେ ଥିବା ଏନଆରଆରଆଇ ବା ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନେ ତିଆରି କରିଛନ୍ତି ଏକ ଆଧୁନିକ ଯନ୍ତା । ଏହି ଯନ୍ତା ଫସଲ ହାନୀ କରୁଥିବା କ୍ଷତିକାରକ ପୋକ ଗୁଡିକୁ ଧରିବା ସହ ଉପକାରୀ ପୋକ ଗୁଡ଼ିକୁ ବଞ୍ଚି ରହିବା ପାଇଁ ସୁଯୋଗ ଦେଇଥାଏ । ଏହା ହେଉଛି ସେହି ଯନ୍ତା । ଯାହାର ନାଁ ରଖାଯାଇଛି ଅଲଟରନେଟ୍ ଏନର୍ଜି ଲାଇଟ୍‌ ଟ୍ରାପ୍ ।

ସାଧାରଣତଃ ପୋକ ମାରିବା ପାଇଁ ଜମିରେ ବ୍ୟବହାର ହେଉଥିବା କୀଟନାଶକର ପ୍ରଭାବରେ ଉପକାରୀ ପୋକ ଗୁଡିକ ମରିଯାଉଥିବାବେଳେ ଏଥିରେ ଉପକାରୀ ପୋକଗୁଡିକୁ ଅଲଗା କରାଯାଇ ପୁଣି ଥରେ ଛଡା ଯାଇ ପାରୁଛି ।

ତେବେ କଣ ଏହି ଅଲଟରନେଟ୍ ଏନର୍ଜି ଲାଇଟ୍‌ ଟ୍ରାପ୍ ଏବଂ ଏହା କେମିତି କ୍ଷତିକାରକ ପୋକଙ୍କୁ ଯନ୍ତାରେ ଫସାଇଥାଏ । ଆସନ୍ତୁ ଜାଣିବା...

ସାଧାରଣତଃ ପୋକଗୁଡିକ ଆଲୋକ ପ୍ରତି ଆକର୍ଷିତ ହେଉଥିବାରୁ ଆଲୋକ ମାଧ୍ୟମରେ ସେମାନଙ୍କୁ ଯନ୍ତା ନିକଟକୁ ଆଣାଯାଇଥାଏ । ଏହି ଯନ୍ତାଟି ସମ୍ପୂର୍ଣ୍ଣ ଭାବେ ସୌରଚାଳିତ ଏବଂ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରିବ ।

ତିନୋଟି ଭାଗରେ ବିଭକ୍ତ ଏହି ଯନ୍ତାରେ ଏଲଇଡି ବଲବ୍ ଲାଗଯାଇଛି । ଏହି ବଲବ୍‌ଟିକୁ ଏକ ବ୍ୟାଟେରି ଏବଂ ବ୍ୟାଟେରିକୁ ସେଲାର ପ୍ୟାନେଲ ସହିତ ସଂଯୋଗ କରାଯାଇଛି । ଏହା ସହିତ ଏହି ଯନ୍ତାରେ ଏକ ଟାଇମର୍ ମଧ୍ୟ ଲଗାଯାଇଛି । ଯାହାକି ଏହି ଯନ୍ତାକୁ ସ୍ବୟଂ ଚାଳିତ କରାଇଛି । ଫସଲ ନିକଟରେ ଏହି ଯନ୍ତାକୁ ରଖିଦେଲେ ଏହା ନିଜ କାମ ଆରମ୍ଭ କରିଥାଏ ।

ସୂର୍ଯ୍ୟାସ୍ତ ପରେ ଟାଇମରଟି ବଲବ୍କୁ ଠିକ ୪ ଘଣ୍ଟା ପର୍ଯ୍ୟନ୍ତ ଜଳାଇ ରଖେ । ପରେ ଏହା ଆପେ ଆପେ ବନ୍ଦ ହୋଇଯାଏ । ତେବେ ଏହି ସମୟ ମଧ୍ୟରେ ଆଲୋକ ପ୍ରତି ଆକର୍ଷିତ ହୋଇ ପୋକ ଗୁଡିକ ଯନ୍ତା ମଧ୍ୟରେ ଫସି ଯାଇଥାନ୍ତି ।

ସାଧାରଣତଃ ଉପକାରୀ ପୋକ ଗୁଡିକର ଆକାର ଛୋଟ ହୋଇଥିବାରୁ ସେମାନେ ଦ୍ବିତୀୟ ଚାମ୍ବରକୁ ଚାଲି ଯାଇଥାନ୍ତି କିନ୍ତୁ ବଡ଼ ପୋକ ଗୁଡ଼ିକ ଉପର ଚାମ୍ବରରେ ରହି ଯାଆନ୍ତି । ପୋକ ଗୁଡିକ ଯନ୍ତାରେ ଫସିବା ପରେ ପ୍ରଥମ ଚାମ୍ବରରେ ଥିବା କ୍ଷତିକାରକ ପୋକ ଗୁଡିକୁ ନଷ୍ଟ କରିହେବ ଏବଂ ଉପକାରୀ ପୋକ ଗୁଡ଼ିକୁ ପୁଣି ଫସଲରେ ଛଡ଼ା ଯାଇ ପାରିବାର ବ୍ୟବସ୍ଥା ହୋଇଛି । ତେବେ ଏହାଦ୍ୱାରା ପରିବେଶ ପ୍ରଦୂଷଣକୁ ରୋକା ଯାଇପାରିବ ବୋଲି କୁହାଯାଇଛି ।

ନିଜ ନାମରେ ପେଟେଣ୍ଟ କରିବା ପରେ ଏହାର ତିଆରି ଏବଂ ବିକ୍ରି ପାଇ ଏକ କମ୍ପାନୀକୁ ଅନୁମତି ଦେଇଛି ଏନ.ଆର.ଆର.ଆଇ । ଯାହାର ଦାମ ମାତ୍ର ୭ ହଜାର ଟଙ୍କା ରଖାଯାଇଛି । ଧାନ ସହିତ ପନିପରିବା ଓ ଡାଲି ଜାତୀୟ ଫସଲକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ । ଏକ କିଲୋମିଟର ଦୂରରେ ଥିବା ପୋକ ମଧ୍ୟ ଏହି ଯନ୍ତା ପ୍ରତି ଆକୃଷ୍ଟ ହୋଇ ଏଥିରେ ଫସିଥାନ୍ତି ବୋଲି କୁହାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.