ETV Bharat / city

ସ୍ୱରେଜ ଲାଇନ ସଫେଇବେଳେ ବାରମ୍ବାର ଶ୍ରମିକ ମୃତ୍ୟୁ ଘଟଣା, କ୍ଷୋଭ ପ୍ରକାଶ କଲେ ହାଇକୋର୍ଟ - worker death in sewage line cleanup

ସ୍ୱରେଜ ଲାଇନ ସଫେଇବେଳେ ଶ୍ରମିକଙ୍କ ମୃତ୍ଯୁ ଘଟଣାରେ ହାଇକୋର୍ଟଙ୍କ କ୍ଷୋଭ । ଗତ ୫ବର୍ଷରେ ସମଗ୍ର ଦେଶରେ ପ୍ରାଣ ହରାଇଛନ୍ତି ୩୪୦ ଶ୍ରମିକ । ଓଡିଶାରେ ମଧ୍ୟ ସଂଖ୍ୟା ଚିନ୍ତାଜନକ । ଅଧିକ ପଢନ୍ତୁ...

୫ ବର୍ଷରେ ସ୍ୱରେଜ ଲାଇନ ସଫେଇବେଳେ ପ୍ରାଣ ହରାଇଲେଣି ୩୪୦ ଶ୍ରମିକ, କ୍ଷୋଭ ପ୍ରକାଶ କଲେ ହାଇକୋର୍ଟ

author img

By

Published : Oct 30, 2021, 9:10 PM IST

କଟକ: ସ୍ବରେଜ ଲାଇନ ସଫେଇବେଳେ ଶ୍ରମିକଙ୍କ ମୃତ୍ୟୁ ଓ ବିପଦସଙ୍କୁଳ ଅବସ୍ଥାରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଭୁବନେଶ୍ୱରରେ ସ୍ୱରେଜ କାମବେଳେ ପ୍ରାଣ ହରାଇଥିବା ଦୁଇ ଶ୍ରମିକଙ୍କ ପରିବାର ଲୋକଙ୍କୁ ଠିକା କମ୍ପାନୀ ଦେଇଥିବା ୨୧ ଲକ୍ଷ ଟଙ୍କା ସମାନ ଭାବରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଭୁବନେଶ୍ୱର ଯୁଗ୍ମ ଶ୍ରମ କମିଶନରଙ୍କ ନିକଟରେ ସମ୍ପୃକ୍ତ ଠିକା କମ୍ପାନୀ ଏହି ଇନ୍ସୁରାନ୍ସ ଟଙ୍କା ଜମା ଦେଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ.ମୁରଲୀଧର ଓ ଜଷ୍ଟିସ୍ ବି ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ରାୟଗଡା ଟିକିରି ଥାନା ଅଞ୍ଚଳରେ ଅକ୍ଟୋବର ୨୦ ତାରିଖରେ ଏକ ଶୌଚାଳୟରେ କାମ କରୁଥିବାବେଳେ ୨ ଜଣ ଦଳିତ ଓ ଅନ୍ୟ ଜଣେ ପଛୁଆ ବର୍ଗ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ଆମିକସ କ୍ୟୁରୀ କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଇ ଥିବାବେଳେ ହାଇକୋର୍ଟ ଏ ସମ୍ପର୍କରେ ରାୟଗଡା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ସେହିଭଳି କନ୍ଧମାଳରେ ସ୍ବରେଜ ଟାଙ୍କିରେ ୨ଜଣ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଘଟଣା‌ରେ ପୂର୍ବରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇ ଥିବାବେଳେ ଅଦ୍ୟାବଧି ଉକ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇପାରିନାହିଁ । ତେଣୁ ସେ ସମ୍ପର୍କିତ ତଥ୍ୟ ସମ୍ବଳିତ ସତ୍ୟପାଠ ଦାଖଲ କରିବାକୁ କନ୍ଧମାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ଦୁଇ ଘଟଣା ସମ୍ପର୍କରେ ଦୁଇ ଜିଲ୍ଲାପାଳ ସବିଶେଷ ତଥ୍ୟ ଦାଖଲ କରିବାକୁ କୋର୍ଟଙ୍କ ନିକଟରୁ ନିର୍ଦ୍ଦେଶ ପାଇଛନ୍ତି ।

କଟକ ଭୁବନେଶ୍ୱର ସ୍ୱରେଜ ଲାଇନରେ କାମ କରିବାବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଜବାବ ଦାଖଲ କରିଥିଲା ବେଳେ ସେ ସମ୍ପର୍କରେ ଆମିକସ କ୍ୟୁରୀଙ୍କୁ ପ୍ରତିଜବାଵ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ୱାଟର କର୍ପୋରେସନ୍ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଛି ଯେ, କଟକର ସିଡିଏରେ ସ୍ବରେଜ ଲାଇନ ସଫେଇ ବେଳେ ପ୍ରାଣ ହରାଇଥିବା ୨ ଶ୍ରମିକଙ୍କ ପରିବାରକୁ ଘରୋଇ ଠିକା ସଂସ୍ଥା ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିଥିବାବେଳେ ଆହତ ଜଣଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛି ସମ୍ପୃକ୍ତ ଠିକା ସଂସ୍ଥା । ଅନ୍ୟପକ୍ଷରେ ଭୁବନେଶ୍ବରରେ ସ୍ବରେଜ ଲାଇନ ସଫେଇବେଳେ ପ୍ରାଣ ହରାଇଥିବା ୨ ଶ୍ରମିକଙ୍କ ଘର ମୟୂରଭଞ୍ଜ ଓ ଝାଡଖଣ୍ଡ ହୋଇଥିବାବେଳେ କ୍ଷତିପୂରଣ ବାବଦରେ ଘରୋଇ ନିର୍ମାଣକାରୀ ସଂସ୍ଥା ୨୧ ଲକ୍ଷ ଟଙ୍କା ଦେଇଛି ।

ଆମିକସ୍ କ୍ୟୁରୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପି.ରଥ ଏହି ମାମଲାର ପରିଚାଳନା କରୁଛନ୍ତି । ଗତ ମାର୍ଚ୍ଚ ୧୯ରେ ଭୁବନେଶ୍ୱର ବଡ଼ଗଡ଼ ବ୍ରହ୍ମେଶ୍ୱର ବାଗ ଏବଂ ଏପ୍ରିଲ ୧୫ରେ କଟକ ସିଡିଏ ସେକ୍ଟର ୧୦ରେ ଦୁଇଟି ଅଘଟଣ ଘଟିଥିଲା । ସ୍ୱରେଜ ଲାଇନରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଶ୍ରମିକ କାମ କରୁଥିବାବେଳେ ଭୁବନେଶ୍ୱରରେ ୨ଜଣ ଶ୍ରମିକ ଓ କଟକରେ ୨ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାକୁ ହାଇକୋର୍ଟ ଅତି ଗମ୍ଭୀରତାର ସହ ଗ୍ରହଣ କରିବା ସହ ନିଜ ଆଡୁ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଛନ୍ତି ।

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ବିଗତ ୫ ବର୍ଷ ଭିତରେ ଦେଶରେ ସ୍ବରେଜ ଓ ସେପ୍ଟିକ ଟାଙ୍କି ସଫେଇ କାର୍ଯ୍ୟରେ ନିୟୋଜିତ ୩୪୦ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ହାଇକୋର୍ଟରେ ଘଟଣାର ଶୁଣାଣି ସମୟରେ ଏହି ତଥ୍ଯ ସ୍ପଷ୍ଟ ହୋଇଥିଲା। ଇଏମ୍‌ଏସ୍‌ସିଡିଏଲ୍‌ପି ଆଇନ, ୧୯୯୩ ଯଥେଷ୍ଟ ନଥିବାବେଳେ ସରକାର ପିଇଏମଏସଆର ଆଇନ ୨୦୧୩, ଅକ୍ଟୋବର ୧ରୁ କାର୍ଯ୍ୟକାରୀ କରାଇଥିଲେ। କିନ୍ତୁ ଏହି ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କଡାକଡ଼ି କରାଯାଉ ନଥବା ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଅଭିଯୋଗ ହୋଇଥିଲା। ସ୍ୱରେଜ୍ ଲାଇନରେ ସଫେଇ କାମ କରୁଥିବାବେଳେ ଭୁବନେଶ୍ୱରରେ ଝାଡ଼ଖଣ୍ଡର ସୁନାରାମ ସର୍ଦାର ଓ ମୟୂରଭଞ୍ଜର ସିଲୁପ ବିରୁଆଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି କଟକରେ ତିନିକୋଣିଆ ବଗିଚାର ପି ଶଙ୍କର ଓ ବଡ଼ମ୍ବାର ବିଷ୍ଣୁ ନାୟକ ମଧ୍ୟ ଏପରି ଅଘଟଣରେ ପ୍ରାଣ ହରାଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.