ETV Bharat / city

ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ପରକୀୟା ପ୍ରୀତିରୁ ହତ୍ୟା - ପରକିୟା ପ୍ରୀତି ଯୋଗୁଁ ଗୋପାଳ ନାୟକକୁ ହତ୍ୟା

କଟକ ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡ । ପରକିୟା ପ୍ରୀତି ଯୋଗୁଁ ତାଙ୍କର ହତ୍ୟା କରାଯାଇଥିବା କହିଛି ପୋଲିସ । ଅଧିକ ପଢନ୍ତୁ

ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡ, ପରକିୟା ପ୍ରୀତି ଯୋଗୁଁ ହତ୍ୟା !

author img

By

Published : Jun 25, 2022, 2:50 PM IST

କଟକ: ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଗୋପାଳଙ୍କୁ ହତ୍ୟା ଅଭିଯୋଗରେ ତାଙ୍କର ପତ୍ନୀ ଝୁମୁରି ନାୟକ ଓ ପତ୍ନୀଙ୍କ ପୁରୁଷ ବନ୍ଧୁ ଜଗନ୍ନାଥ ଜେନାଙ୍କୁ ଗିରଫ କରିଛି ପୋଲିସ । ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ

ଜଟଣୀ ଥାନା ଅଧିନ ନୂଆ ଗାଁ ବାସିନ୍ଦା ଗୋପାଳ ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମରେ ଘର ଜ୍ବାଇଁ ଭାବରେ ରହୁଥିଲେ ଏବଂ ବାଆଁରା ଗ୍ରାମ ନିକଟସ୍ତ ଏକ ଘରୋଇ ମେଡିକାଲରେ ସ୍ବିପର ଭାବେ କାମ କରୁଥିଲେ । ଗତ 21 ତାରିଖ ଦିନ ସକାଳୁ ଘରୁ କାମ କରିବାକୁ କହି ଆସିଥିଲେ ହେଲେ ଆଉ ଘରକୁ ଫେରି ନଥିଲେ । ସନ୍ଧ୍ୟାରେ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ତାଙ୍କର କୌଣସି ସୂଚନା ମିଳିନଥିବା ବେଳେ କେବଳ ତାଙ୍କର ଏକ ସ୍କୁଟିକୁ ପାଇଥିଲେ । ସ୍କୁଟିକୁ ପାଇ ପୋଲିସକୁ ଖବର ଦେଇଥିଲେ । ତେବେ ଉଭୟ ଗୋପାଳକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ୨ ଅଭିଯୁକ୍ତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.