ETV Bharat / city

ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କଲା ଗଜପତି ଏସଏଚଜି ଗ୍ରୁପ

author img

By

Published : Nov 18, 2020, 6:59 PM IST

Updated : Nov 18, 2020, 7:06 PM IST

ଗଜପତି ଜିଲ୍ଲା ମହିଳା ସାବିତ୍ରୀ ବାଇ ଫୁଲେ ସ୍ବୟଂ ସହାୟିକା ଗୋଷ୍ଠୀ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛି । ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ ଗ୍ରୁପ୍ ଏହି ମାମଲା ରୁଜୁ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଗଜପତି ଏସଏଚଜି ଗ୍ରୁପ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ

କଟକ: ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଛି ଏକ ଜନସ୍ବାର୍ଥ ମାମଲା । ଗଜପତି ଜିଲ୍ଲା ମହିଳା ସାବିତ୍ରୀ ବାଇ ଫୁଲେ ସ୍ବୟଂ ସହାୟିକା ଗୋଷ୍ଠୀ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛି । ମାଇକ୍ରୋ ଫାଇନାନ୍ସ କମ୍ପାନୀ ଋଣ ଯୋଗାଇ ଦେବାକୁ କହି ସେଥିରେ ହେରଫେର୍ କରିଥିବା ଅଭିଯୋଗରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ।

ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କଲା ଗଜପତି ଏସଏଚଜି ଗ୍ରୁପ

ସୂଚନା ଅମୁଯାୟୀ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ସାବିତ୍ରୀ ବାଇ ଫୁଲେ ସ୍ବୟଂ ସହାୟିକା ଗୋଷ୍ଠୀର ଆଦିବାସୀ ମହିଳାମାନଙ୍କୁ ଋଣ ଯୋଗାଇ ଦେବାକୁ କହି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଲୁଟି ଚାଲିଥିବା ଅଭିଯୋଗ ଆସିଛି । ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଅଳ୍ପ ସୁଧରେ ଋଣ ପ୍ରଦାନ କରିବାର ଲୋଭ ଦେଖାଇ ଏହି କମ୍ପାନୀଗୁଡିକ କୋରୋନା ମହାମାରୀ ସମୟରେ ଜୋର ଜବରଦସ୍ତ ସୁଧ ଆଦାୟ କରୁଛନ୍ତି । ଏନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ତେଣୁ ଏଭଳି ମାଇକ୍ରୋଫାଇନାନ୍ସ କମ୍ପାନୀ ବ୍ୟବସାୟ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ଏଚଏସଜି ଗ୍ରୁପର ମହିଳାମାନେ । ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀକୁ କୌଣସି ଜାତୀୟକରଣ ବ୍ୟାଙ୍କ କିମ୍ବା ସରକାରଙ୍କ ମିଶନ ଶକ୍ତି ଜରିଆରେ ସ୍ୱଳ୍ପ ସୁଧରେ ଋଣ ଯୋଗାଇ ଦେବାକୁ ନିବେଦନ କରାଯାଇଛି। ତେବେ ମାମଲାରେ ରାଜ୍ୟ ସରକାର, ଗଜପତି ଜିଲ୍ଲାପାଳ, ସମ୍ପୃକ୍ତ ମାଇକ୍ରୋଫାଇନାନ୍ସ କମ୍ପାନୀକୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 18, 2020, 7:06 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.