କଟକ: ସିଲଭର ସିଟିରେ ଆରମ୍ଭ ହୋଇଛି ପାର୍ବଣ ଋତୁ । ମାଙ୍କ ପୂଜାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା ବେଳେ ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହେଉନାହିଁ ଜାଇକା କାମ ।
କଟକରେ ବର୍ଷ ବର୍ଷ ଧରି ଜାଇକା କାମ ଜାରି ରହିଥିଲା ବେଳେ ଚଳିତବର୍ଷ ଏହା ସରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ 92 ପ୍ରତିଶତ କାମ ସରିଥିବା ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଅନେକ ବର୍ଷ ଧରି ଏହି ସମସ୍ୟା କଟକବାସୀ ସହି ଆସୁଛନ୍ତି । କାରଣ ଯେତେବେଳେ ପାର୍ବଣ ଋତୁ ଆସେ ସେହି ସମୟରେ କଟକ ସହରକୁ ପୂର୍ଣାଙ୍ଗ ରୂପ ଦେବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି ସିଏମସି ଓ ଜିଲ୍ଲା ପ୍ରଶାସନ । ତେବେ ଜାଇକା କାମ ସରୁ ନଥିବାରୁ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ