କଟକ: ସାହିତ୍ୟ ପଢିବାର ଅସୀମ ଇଚ୍ଛା ହିଁ ଜଣେ ସଫଳ ଛାତ୍ରର ପରିଚୟ । ସର୍ବଦା ପଢ଼ିବାର ଭୋକ ମନରେ ରହିବା ଆବଶ୍ୟକ । ଯେପରି ପେଟକୁ ଆହାର ଦରକାର ସେହିପରି ମଣିଷ ସମାଜ ପାଇଁ ଜ୍ଞାନର ଭୋକ ବୃଦ୍ଧି ହେବା ଆବଶ୍ୟକ । ତେବେ ଯାଇ ମାନବ ସମାଜରେ ଜ୍ଞାନର ପରିସୀମା ବ୍ୟାପ୍ତ ହୋଇ ପାରିବ ବୋଲି କହିଛନ୍ତି ପୂର୍ବତନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ 100 ବର୍ଷ ପୂର୍ତ୍ତି ଅବସର କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ଇଂରାଜୀ ସାହିତ୍ୟ ଉପରେ ବିସ୍ତୃତ ଭବାରେ ବୁଝାଇଛନ୍ତି । ଏହାସହ ନିୟମିତ ଅନୁସାରେ ପାଠ ପ୍ରତି ଧ୍ୟାନ ଦେବା ଓ ବାରମ୍ବାର ଅନୁଶୀଳନ କରିବା ମଧ୍ୟ ଏକ ବିଦ୍ୟାର୍ଥୀର କର୍ତ୍ତବ୍ୟ ବୋଲି କହିଛନ୍ତି ସେ ।
ତେବେ ଶନିବାର ରେଭେନ୍ସା ବିଶ୍ୱବିଦ୍ୟାଳୟର ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର । ଏହାସହ କୁଳପତି, ଇଂରାଜୀ ବିଭାଗର ଏଚଓଡି ଅନ୍ୟାନ୍ୟ ଇଂରାଜୀ ସାହିତ୍ୟ ବିଶାରଦ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଯେଉଁ ପିଲା ଇଂରାଜୀ ସାହିତ୍ୟ ଉପରେ ଧ୍ୟାନ ଦିଏ ସେ ତା ଜୀବନରେ କେବେ ବି ପଛକୁ ଘୁଞ୍ଚେ ନାହିଁ । ସେ ଭୋକର ଅନ୍ତ ନାହିଁ । ଯେଉଁ ଭୋକର ଅନ୍ତ ନାହିଁ, ଯେଉଁ ଭୋକ ଅନନ୍ତ ସିଏ ହେଲା ସାହିତ୍ୟର ଛାତ୍ର । ଆଉ ଏହି ଇଂରାଜୀ ବିଭାଗ ପିଲାଙ୍କୁ ଶିଖାଏ ପଢ଼ିବାକୁ । ଯେତି ବ୍ୟସ୍ତତା ଥିଲେ ମଧ୍ୟ ସବୁଦିନ ସମସ୍ତେ ବାହାର ବହି ଉପରେ ଅଧଘଣ୍ଟା ସମୟ ଦେବା ଉଚିତ । ତାହାଲେ ବୁଝି ପାରିବେ ଇଂରାଜୀ ସାହିତ୍ୟର ମୂଲ୍ୟ ।
ଏହି ଅବସରରେ ବିଭିନ୍ନ ବ୍ୟାଚର ଷ୍ଟୁଡେଣ୍ଟସ, ଛାତ୍ରଛାତ୍ରୀ ପ୍ରମୁଖ ଉତ୍ସବରେ ଯୋଗଦେଇଥିଲେ । ଏହା ରେଭେନ୍ସା ପାଇଁ ଏକ ଗୌରବର ସମୟ ଆଣିବ ବୋଲି ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ କହିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତା ମୂଳକରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା ।
ଇଟିଭି ଭାରତ, କଟକ