ETV Bharat / city

ଡଙ୍ଗାରେ ସେଲ୍‌ଫି ନେବା ପଡିଲା ମହଙ୍ଗା, ପର୍ୟ୍ୟଟକ ନିଖୋଜ

ଡଙ୍ଗାରେ ସେଲଫି ନେବାବେଳେ ବୁଡିଗଲା ଡଙ୍ଗା । ନବକିଶୋର ମହାନ୍ତି ଓ ଅଞ୍ଜନ କୁମାର ନାୟକ ପହଁରି ପହଁରି କୂଳକୁ ଚାଲି ଆସି ଜୀବନ ରକ୍ଷା କରିଥିବା ବେଳେ ସୁନୀଲ କୁମାର ସାହୁ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ । ଅଧିକ ପଢନ୍ତୁ..

ଡଙ୍ଗାରେ ସେଲ୍‌ଫି ନେବା ପଡିଲା ମହଙ୍ଗା, ପର୍ୟ୍ୟଟକ ନିଖୋଜ
ଡଙ୍ଗାରେ ସେଲ୍‌ଫି ନେବା ପଡିଲା ମହଙ୍ଗା, ପର୍ୟ୍ୟଟକ ନିଖୋଜ
author img

By

Published : Jan 11, 2020, 4:49 AM IST

Updated : Jan 11, 2020, 6:57 AM IST

କଟକ: ସେଲଫି ନେବା ପଡିଲା ମହଙ୍ଗା । ଡଙ୍ଗାରେ ସେଲଫି ନେବାବେଳେ ବୁଡିଗଲା ଡଙ୍ଗା । ଏନଜେନ ଗ୍ଲୋବାଲ ସଲ୍ୟୁସେନ ପ୍ରାଇଭେଟ ଲିମିଟେଡ କମ୍ପାନୀର ୩୫ରୁ ଉର୍ଦ୍ଧ କର୍ମଚାରୀ ଶୁକ୍ରବାର କଟକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ପୀଠକୁ ବୁଲିବାକୁ ଆସିଥିଲେ । ସମସ୍ତ କର୍ମଚାରୀ ମଜାମସ୍ତି କରୁଥିବା ବେଳେ ସନ୍ଧ୍ୟା ସମୟରେ ଏନଜେନର ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ସୁନୀଲ କୁମାର ସାହୁ, ଅନ୍ୟ ଦୁଇଜଣ ନବ କିଶୋର ମହାନ୍ତି ଓ ଅଞ୍ଜନ କୁମାର ନାୟକ ଏକ ହୁଲିଆ ଡଙ୍ଗାରେ ନଦୀ ଭିତରକୁ ବୁଲିବାକୁ ଯାଇଥିଲେ । ଡଙ୍ଗାର ନାଉରିଆ ନଥିବା ସମୟରେ କୂଳରେ ଥିବା ହୁଲିଆ ଡଙ୍ଗା ଖୋଲି ନିଜେ ନିଜେ ମହାନଦୀ ମଧ୍ୟକୁ ଡଙ୍ଗା ନେଇ ଯାଇଥିଲେ ଏହି ୩ ଜଣ ଵ୍ୟକ୍ତି ।

drowned during boat selfie
ଡଙ୍ଗାରେ ସେଲ୍‌ଫି ନେବା ପଡିଲା ମହଙ୍ଗା, ପର୍ୟ୍ୟଟକ ନିଖୋଜ

ମହାନଦୀରେ କିଛିବାଟ ଡଙ୍ଗାରେ ଯିବାପରେ ଡଙ୍ଗାରେ ସେଲ୍‌ଫି ଉଠାଇ ଥିଲେ ସୁନୀଲ ସାହୁ । ଏହି ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡି ବୁଡି ଯାଇଥିଲା । ଡଙ୍ଗାଟି ବୁଡି ଯିବାରୁ ନବକିଶୋର ମହାନ୍ତି ଓ ଅଞ୍ଜନ କୁମାର ନାୟକ ପହଁରି ପହଁରି କୂଳକୁ ଚାଲି ଆସି ଜୀବନ ରକ୍ଷା କରିଥିବା ବେଳେ ସୁନୀଲ କୁମାର ସାହୁ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ ।

ତେବେ ଏପର୍ଯ୍ୟନ୍ତ ତାଙ୍କର କୈଣସି ସନ୍ଧାନ ମିଳିନଥିବା ଜଣାପଡିଛି । ସୁନୀଲଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ସେ ଜଗତସିଂହପୁର ଜିଲ୍ଲାରେ ଏନଜେନ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ।

ଏହି ପିକନିକ୍‌ ପାର୍ଟିରେ 35 ରୁ 37 କର୍ମଚାରୀ ଆସିଥିବା ଜଗତସିଂହପୁର ଟିମ୍ ଜେଇ ଅମିତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ଖବର ପାଇ ଘଟଣାସ୍ଥଳରେ ବଡମ୍ବା ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ରାତି ହେବାରୁ ଏହି ଅପରେସନକୁ ସ୍ଥଗିତ ରଖାଯାଇଛି । ଶନିବାର ପୁଣି ଏହି ପ୍ରକ୍ରିୟା ଚାଲିବ । ବଡମ୍ବା ତହସିଲଦାର ,ବଡମ୍ବା ଥାନା ଅଧିକାରୀ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: ଜଗତସିଂହପୁର ଜିଲ୍ଲା ଏନଜେନ ଗ୍ଲୋବାଲ ସଲ୍ୟୁସେନ ପ୍ରାଇଭେଟ ଲିମିଟେଡ କମ୍ପାନୀ ର ୩୫ ରୁ ଉର୍ଦ୍ଧ କର୍ମଚାରୀ ଆଜି କଟକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କ ପୀଠକୁ ବୁଲିବାକୁ ଆସିଥିଲେ। ସମସ୍ତ କର୍ମଚାରୀ ମଜାମସ୍ତି କରୁଥିବା ବେଳେ ସଂଧ୍ୟା ସମୟରେ ଏନଜେନ ର ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ସୁନୀଲ କୁମାର ସାହୁ ,ଅନ୍ୟ ଦୁଇଜଣ ନବ କିଶୋର ମହାନ୍ତି ଓ ଅଞ୍ଜନ କୁମାର ନାୟକ ଏକ ହୁଲିଆ ଡଙ୍ଗାରେ ନଦୀ ଭିତରକୁ ବୁଲିବାକୁ ଯାଇଥିଲେ। ଡଙ୍ଗାର ନାଉରିଆ ନଥିବା ସମୟରେ କୂଳରେ ଥିବା ହୁଲିଆ ଡଙ୍ଗା ଖୋଲି ନିଜେ ନିଜେ ମହାନଦୀ ମଧ୍ୟକୁ ଡଙ୍ଗା ନେଇ ଯାଇଥିଲେ ଏହି ୩ ଜଣ ଵ୍ୟକ୍ତି।ମହାନଦୀରେ କିଛିବାଟ ଡଙ୍ଗାରେ ଯିବାପରେ ଡଙ୍ଗାରେ ସେଲ୍ଫି ଉଠାଇ ଥିଲେ ସୁନୀଲ ସାହୁ। ଏହି ସମୟରେ ହୁଲିଆ ଡଙ୍ଗା ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡି ବୁଡି ଯାଇଥିଲା। ଡଙ୍ଗାଟି ବୁଡି ଯିବାରୁ ନବକିଶୋର ମହାନ୍ତି ଓ ଅଞ୍ଜନ କୁମାର ନାୟକ ପହଁରି ପହଁରି କୂଳକୁ ଚାଲି ଆସି ଜୀବନ ରକ୍ଷା କରିଥିବା ବେଳେ, ସୁନୀଲ କୁମାର ସାହୁ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ। ତାଙ୍କର କୈଣସି ସନ୍ଧାନ ମିଳିନଥିବା ଜଣାପଡିଛି ।ସୁନୀଲଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ସେ ଜଗତସିଂହପୁର ଜିଲ୍ଲାରେ ଏନଜେନ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଏହି ପିକନିକ ପାର୍ଟିରେ ୩୫ ରୁ ୩୭ କର୍ମଚାରୀ ଆସିଥିବା ଜଗତସିଂହପୁର ଟିମ ଜେଇ ଅମିତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।ତେବେ ଖବର ପାଇ ଘଟଣାସ୍ଥଳରେ ବଡମ୍ବା ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ବେଳେ ରାତି ହେବାରୁ ଅନ୍ଧାରରେ ଏହି ଅପରେସନ କୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଏହି ପ୍ରକ୍ରିୟା ଚାଲିବ। ବଡମ୍ବା ତହସିଲଦାର ,ବଡମ୍ବା ଥାନା ଅଧିକାରୀ ପହଞ୍ଚି ଘଟଣା ଉପରେ ତିଖ୍ନ ନଜର ରଖିଛନ୍ତି ।ଏଠାରେ ବାତାବରଣ ଏକ ପ୍ରକାର ଉଦବେଗଜନକ ରହିଛି।ପିକନିକ ରେ ଆସିଥିବା ସମସ୍ତ କର୍ମଚାରୀ ଶୋକାକୂଳ ପରିବେଶ ମଧ୍ୟରେ ମହାନଦୀ କୂଳରେ ଅନାଇ ରହିଛନ୍ତି ।Body:No needConclusion:No need
Last Updated : Jan 11, 2020, 6:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.