ETV Bharat / city

ଫେବୃଆରୀ 19ରୁ ମାଟ୍ରିକ ପରୀକ୍ଷା

author img

By

Published : Dec 24, 2019, 1:33 PM IST

Updated : Dec 24, 2019, 5:19 PM IST

ଫେବୃଆରୀ 19ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 2ରେ ଶେଷ ହେବ । ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା । ଅଧିକ ପଢ଼ନ୍ତୁ...

ଫେବୃଆରୀ 19 ରୁ ମାଟ୍ରିକ ପରୀକ୍ଷା
ଫେବୃଆରୀ 19 ରୁ ମାଟ୍ରିକ ପରୀକ୍ଷା

କଟକ: ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ଆସନ୍ତା ଫ୍ରେବ୍ରୁଆରି 19ରୁ ଆରମ୍ଭ ହୋଇ ମାର୍ଚ୍ଚ 2ରେ ଶେଷ ହେବ ପରୀକ୍ଷା । ପରୀକ୍ଷାର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ଫେବ୍ରୁଆରୀ 19ରେ ପ୍ରଥମ ଭାଷା(ଓଡ଼ିଆ), 22ରେ ଦ୍ବିତୀୟ ଭାଷା(ଇଂରାଜୀ) ଓ 24ରେ ତୃତୀୟ ଭାଷା (ସଂସ୍କୃତ/ହିନ୍ଦୀ) ପରୀକ୍ଷା ହେବ।

ଫେବୃଆରୀ 19ରୁ ମାଟ୍ରିକ ପରୀକ୍ଷା

ପରୀକ୍ଷା ସୂଚୀ

ତାରିଖ ବିଷୟ ସମୟ
19/2/2020 ଓଡ଼ିଆ/ବଙ୍ଗାଳୀ/ତେଲୁଗୁ/ହିନ୍ଦୀ/ଉର୍ଦ୍ଦୁ(ପ୍ରଥମ ଭାଷା) 10:00-12:30
22/2/2020 ଇଂରାଜୀ (ଦ୍ବିତୀୟ ଭାଷା) 10:00-12:30
24/2/2020 ହିନ୍ଦୀ/ସଂସ୍କୃତ (ତୃତୀୟ ଭାଷା) 10:00-12:30
26/2/2020 ଗଣିତ 10:00-12:45
28/2/2020 ବିଜ୍ଞାନ 10:00-12:30
1/3/2020 ପ୍ରାକ୍ଟିକାଲ 10:00-12:30
2/3/2020 ସାମାଜିକ ବିଜ୍ଞାନ 10:00-12:30

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି । ସକାଳ 9ଟା 45ରେ ପାର୍ଟ 1 ( ଅବଜେକ୍ଟିଭ ) ଓ ପାର୍ଟ ୨ ( ସବଜେକ୍ଟିଭ ) ପ୍ରଶ୍ନପତ୍ର ବଣ୍ଟାଯିବ । ପାର୍ଟ ୧ (ଅବଜେକ୍ଟିଭ )ପରୀକ୍ଷା ସକାଳ 10ଟାରୁ 11ଟା ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପରୀକ୍ଷା 10 ଟାରୁ 11 ଟା 15 ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରତ୍ୟକ ଦିନ ପରୀକ୍ଷା ଦିନ 10ଟାରୁ ଆରମ୍ଭ ହୋଇ ଅପରାହ୍ନ 12 ଟା 30 ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ କେବଳ ଗଣିତ ପରୀକ୍ଷା ପାଇଁ ଅଧିକ 15 ମିନିଟ ସମୟ ଦିଆଯିବ । ଅର୍ଥାତ କେବଳ ଗଣିତ ପରୀକ୍ଷା 12 ଟା 45ରେ ଶେଷ ହେବ।

ଉଭୟ ଏକ୍ସ ରେଗୁଲାର ଓ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ । ମଧ୍ୟମା ପରୀକ୍ଷା 19 ତାରିଖରୁ ଆରମ୍ଭ ହୋଇ ଫେବୃଆରୀ 28 ତାରିଖରେ ଶେଷ ହେବ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଫେବୃଆରୀ 19ରୁ ଆରମ୍ଭ ହୋଇ ଫେବ୍ରୁଆରୀ 29ରେ ଶେଷ ହେବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Dec 24, 2019, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.