ETV Bharat / city

ଯୋଗରେ ନୂଆ ରେକର୍ଡ, ଓଡିଆ ଗୃହିଣୀଙ୍କ ଗଳାରେ ଗୋଲ୍ଡ ମେଡାଲ

ହଜାର ବର୍ଷର ସହର କଟକ । ଯେଉଁଠାରେ ରହିଛି ଅନେକ ଇତିହାସ । କଟକରେ ବର୍ତ୍ତମାନ ଏପରି ପ୍ରତିଭା ଦୃଷ୍ଟି ଗୋଚର ହେଉଛନ୍ତି ଯାହା ବିଶ୍ୱ ସ୍ତରରେ ନିଜର ପ୍ରତିଭା ପଦର୍ଶନ କରି ଦେଶ ଓ ରାଜ୍ୟକୁ ଗୌରବନ୍ବିତ କରୁଛନ୍ତି । ତେବେ ଏହାରି ଭିତରେ ଯୋଡି ହୋଇଛି ଆଉ ଏକ ନାମ । ସେ ହେଉଛନ୍ତି କଟକ ନିମଚଉଡିରେ ରହୁଥିବା ରିଙ୍କୁ ଟଙ୍କ । ମାତ୍ର ଗୋଟିଏ ଆସନ କୁ ଏକ ଘଣ୍ଟା ଏକ ମିନିଟ ଧରି କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ।

author img

By

Published : Nov 8, 2020, 1:50 PM IST

ଯୋଗରେ ନୂଆ ରେର୍କଡ, ଓଡିଆ ଗୃହିଣୀଙ୍କ ଗଳାରେ ଗୋଲ୍ଡ ମେଡାଲ

କଟକ: ବିଶ୍ବ ସ୍ତରରେ ଓଡିଶାକୁ ଗର୍ବିତ କରିଛନ୍ତି ଆଉ ଜଣେ ଓଡିଆ । ଗୃହିଣୀ ହୋଇ ବି ଯୋଗ କ୍ଷେତ୍ରରେ ବିଶ୍ବ ସ୍ତରରେ ପାଇଛନ୍ତି ଗୋଲ୍ଡ ମେଡାଲ । କଟକ ନିମଚଉଡି ବାସିନ୍ଦା ରୀଙ୍କୁ ଟଙ୍କ । ବୟସ 33 ବର୍ଷ । ଅଖିଳ ଭାରତୀୟ ଯୋଗ ମହାସଂଘ ପକ୍ଷରୁ ଆୟୋଜନ ହୋଇଥିବା ଅନଲାଇନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ରିଙ୍କୁ । ଆଉ ଧ୍ୟାନବିରାସନ ଯୋଗକୁ ଏକ ଘଣ୍ଟା 1 ମିନିଟ ଧରି କରି ସୃଷ୍ଟି କରିଛନ୍ତି ନୂଆ ରେକର୍ଡ । ସେ ପର୍ଯ୍ୟାୟକ୍ରମେ ସବୁ ପ୍ରତିଦ୍ବନ୍ଦୀଙ୍କୁ ପରାଜୟ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଯାହା କେବଳ କଟକ ପାଇଁ ନୁହେଁ ବରଂ ସାରା ଓଡିଶା ପାଇଁ ମଧ୍ୟ ଗର୍ବ ଆଣି ଦେଇଛି । ଆଉ ଏହାକୁ ନେଇ ଖୁସିରେ ଆତ୍ମହରା ରିଙ୍କୁଙ୍କ ପରିବାର ।

ଅନ୍ୟପଟେ ସେ କେବଳ ଯୋଗ ପାଇଁ ନୁହେଁ ବରଂ କବିତା ଲେଖିବା, ମୋଟିଭେସନ ଭାଷଣ ଦେବା ଆଦି କାର୍ଯ୍ୟରେ ନିପୁଣ । ଆଉ ତାଙ୍କର ଏହି ପ୍ରତିଭାକୁ ପରିବାର ପକ୍ଷରୁ ମିଳିଛି ସତ ପ୍ରତିଶତ ସମର୍ଥନ । ଯେଉଁଥିପାଇଁ ଆଜି ସେ ହୋଇଛନ୍ତି ବିଶ୍ବ ବିଜେତା । ତେବେ ଏବେ ଯେତିକି ସମର୍ଥନ ରହିଛି ଆଗକୁ ମଧ୍ୟ ସମାନ ସମର୍ଥନ ରହିବ ବୋଲି କହିଛନ୍ତି ପରିବାର ଲୋକେ ।ପିଲାଟି ଦିନରୁ ଥିବା ଇଚ୍ଛା ଓ ଆଗ୍ରହକୁ ନେଇ ରିଙ୍କୁ ସୃଷ୍ଟି କରିପାରିଛନ୍ତି ଏହି ବିଶ୍ବସ୍ତରୀୟ ରେକର୍ଡ । ଯାହା ଅନ୍ୟ ଗୃହିଣୀଙ୍କ ପାଇଁ ପ୍ରେରଣା ନିଶ୍ଚୟ ।କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.