କଟକ: ଦଶହରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ସହରବାସୀଙ୍କୁ ସାହାଯ୍ୟ ମାଗିଲେ ପୋଲିସ କମିଶନର । ଆଜି ଠାରୁ କଟକରେ ଆରମ୍ଭ ହୋଇଛି ପାର୍ବଣର ମୁଖ୍ୟପର୍ବ ଦଶହରା ପର୍ବ । ତେବେ କୋଭିଡ଼ କଟକଣା ମାନି ପର୍ବ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଆଜିଠାରୁ କଟକ ସହରରେ ଲାଗୁ ହେଉଛି ନାଇଟ କର୍ଫ୍ୟୁ। ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ସହରରେ ବଳବତ୍ତର ରହିବ । ଏହା ପୂର୍ବରୁ ପୋଲିସ କମିଶନର ସହରରେ ମୁତୟନ ହେବାକୁ ଥିବା ପୋଲିସ କର୍ମୀଙ୍କୁ ବ୍ରିଫିଙ୍ଗ କରିଛନ୍ତି। ଦୁର୍ଗାପୂଜା ପାଇଁ କଟକ ସହରକୁ 8 ଟି ସେକ୍ଟରରେ ବିଭକ୍ତ କରାଯାଇଛି । 4 ଜଣ ଅତିରିକ୍ତ ଏସପି, 11 ଜଣ ଡିଏସପି, 27 ଇନ୍ସପେକ୍ଟର,216 ଅଫିସର,44 ହାବିଲଦାର,427 କନେଷ୍ଟବଳ, 289 ହୋମଗାର୍ଡ,18 ପ୍ଲାଟୁନ ପୋଲିସ ଫୋର୍ସ ସହ ଓଏସଏଫ ବି ମୁତୟନ ହେବେ । ଟ୍ରାଫିକ ନିୟନ୍ତ୍ରଣ ପାଇଁ 2 ଜଣ ଟ୍ରାଫିକ ଏସପିଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ, ଟ୍ରାଫିକ ଡିସିପିଙ୍କ ତତ୍ବାବଧାନରେ ଟ୍ରାଫିକ ନିୟନ୍ତ୍ରଣ ହେବ।
କଟକଣା ମାନିବାକୁ ସହରବାସୀଙ୍କ ସହଯୋଗ ଲୋଡିଛନ୍ତି ପୋଲିସ କମିଶନର। ନାଇଟ କର୍ଫ୍ୟୁକୁ ଖିଲାପ କଲେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ