ETV Bharat / city

ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଘଟଣା, ଫେସବୁକକୁ ତଥ୍ୟ ମାଗିଲା ସାଇବର ପୋଲିସ - ଫେସବୁକକୁ ତଥ୍ୟ ମାଗିଲା ସାଇବର ଥାନା

ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଅଭିଯୋଗ ଘଟଣା । ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ । ବର୍ଷାଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ଏହି ତଥ୍ୟ ମାଗିଛି । ଅଧିକ ପଢ଼ନ୍ତୁ

cyber police wrote a letter to Facebook
ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଘଟଣା: ଫେସବୁକକୁ ତଥ୍ୟ ମାଗିଲା ସାଇବର ଥାନା
author img

By

Published : Jun 3, 2022, 3:27 PM IST

କଟକ: ସୋସିଆଲ ମିଡିଆରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଅସମ୍ମାନଜନକ ଟିପ୍ପଣୀ କରିଥିବା ୟୁଜର୍ସ ଅଡୁଆରେ ପଡିପାରନ୍ତି । ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ । ବର୍ଷାଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ଏହି ତଥ୍ୟ ମାଗିଛି । ଫେସବୁକ ଆକାଉଣ୍ଟରୁ କେହି ଜଣେ ଅସମ୍ମାନଜନକ ଟିପ୍ପଣୀ ଦେଇଥିବା ନେଇ ବର୍ଷା ଅଭିଯୋଗ କରିଥିଲେ ।

ସୂଚନା ଅନୁଯାୟୀ, ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡା ନାମରେ ଏକ ଫେସବୁକ ଆକାଉଣ୍ଟରୁ ବର୍ଷାଙ୍କ ବିରୋଧରେ ବିଭିନ୍ନ ଅସମ୍ମାନ ଜନକ ଟିପ୍ପଣୀ ଦିଆଯାଇଛି । ଯାହାକୁ ନେଇ ଗତ ୨୫ ତାରିଖରେ ବର୍ଷା ସାଇବର ଥାନାରେ ଅଭିଯୋଗ କରିଥିଲେ । ଫେସବୁକ ଆକାଉଣ୍ଟଟି କେଉଁଠାରୁ ଓ କିଏ ଏହାକୁ ଅପରେଟ୍‌ କରୁଛି ସେନେଇ ଫେସବୁକକୁ ତଥ୍ୟ ମାଗିଛି ସାଇବର ଥାନା ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.