କଟକ: ଡିସିପି ଅଖିଳେଶ୍ବର ସିଂହଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି(ଗୁରୁବାର) ସହରର ସମସ୍ତ ଥାନାରେ ପୋଲିସ କମିଶନରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ନଗର କଂଗ୍ରେସ । ଏହାସହ ଖୁବ ଶୀଘ୍ର ଏହି ଘଟଣା ଉପରେ ପୋଲିସ କମିଶନର ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କରିଛି ଦଳ ।
ତେବେ ସୂଚନାଯୋଗ୍ୟ , କମିଶନରେଟ ପୋଲିସ ପକ୍ଷରୁ ଡକାଯାଇଥିବା ଦୁର୍ଗାପୂଜା ବୈଠକରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଯାହାକୁ ନେଇ ଏକ ବଡ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଏହାକୁ ନେଇ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ପୋଡାଜଳା କରିଥିଲେ । ତେବେ ବିଧାୟକ ମହମ୍ମଦ ମୋକିମଙ୍କୁ ଅଣଦେଖା ପାଇଁ ସହରରେ ଏପରି ଅବସ୍ଥା ମୁଣ୍ଡ ଟେକିଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।
ଏହାସହ ଏହି ନୀତି କଟକର ଭାଇଚାରା ଉପରେ ପ୍ରଶ୍ନ ଉଠାଇଛି । ଆଉ ଖୁବ ଶୀଘ୍ର ଡିସିପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ନଗର କଂଗ୍ରେସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ