ETV Bharat / city

ମିଥ୍ୟା ସତ୍ୟପାଠ ଜରିଆରେ ଗ୍ରାହକଙ୍କ ସୁନା ବିକ୍ରି ଅଭିଯୋଗ, ୪ କର୍ମଚାରୀ ଗିରଫ - ଆଇଏଫଏଲ ପରେ ମୁଥୁଟ ଫାଇନାନ୍ସ କମ୍ପାନୀ

ଆଇଏଫଏଲ ପରେ ମୁଥୁଟ ଫାଇନାନ୍ସ କମ୍ପାନୀ, ଗ୍ରାହକଙ୍କୁ ଠକେଇର ମାମଲା ଏବେ ସାମନାକୁ ଆସିଛି । ଚଣ୍ଡି ଛକ ଠାରେ ଥିବା ମୁଥୁଟ୍ ଫାଇନାନ୍ସର 4 ଜଣ କର୍ମଚାରୀଙ୍କୁ ଗ୍ରାହକଙ୍କ ସୁନା ବିକ୍ରି କରିଦେବା ଅଭିଯୋଗରେ ଗିରଫ କରିଛି କ୍ୟାଣ୍ଟନମେଣ୍ଟ୍ ଥାନା ପୋଲିସ । ଅଧିକ ପଢନ୍ତୁ...

ମିଥ୍ୟା ସତ୍ୟପାଠ ଜରିଆରେ ଗ୍ରାହକଙ୍କ ସୁନା ବିକ୍ରି ଅଭିଯୋଗ, ୪ କର୍ମଚାରୀଙ୍କୁ ଗିରଫ କଲା ପୋଲିସ

author img

By

Published : Mar 10, 2021, 10:48 PM IST

କଟକ : ଆଇଏଫଏଲ ପରେ ମୁଥୁଟ ଫାଇନାନ୍ସ କମ୍ପାନୀ, ଗ୍ରାହକଙ୍କୁ ଠକେଇର ମାମଲା ଏବେ ସାମନାକୁ ଆସିଛି । ଚଣ୍ଡି ଛକ ଠାରେ ଥିବା ମୁଥୁଟ୍ ଫାଇନାନ୍ସର 4 ଜଣ କର୍ମଚାରୀଙ୍କୁ ଗ୍ରାହକଙ୍କ ସୁନା ବିକ୍ରି କରିଦେବା ଅଭିଯୋଗରେ ଗିରଫ କରିଛି କ୍ୟାଣ୍ଟନମେଣ୍ଟ୍ ଥାନା ପୋଲିସ । ଗିରଫ ହୋଇଥିବା 4 ଜଣଙ୍କ ମଧ୍ୟରେ ରହିଛନ୍ତି ସଂସ୍ଥାର ପୂର୍ବତନ ପରିଚାଳକ, କାର୍ଯ୍ୟରତ ଦୁଇ ଜଣ ଆକାଉଣ୍ଟାଣ୍ଡ, କଲେକ୍ସନ୍ କରୁଥିବା ଜଣେ କର୍ମଚାରୀ ଓ ଗହଣା କିଣିଥିବା ଜଣେ ବ୍ୟକ୍ତି ।

ମିଥ୍ୟା ସତ୍ୟପାଠ ଜରିଆରେ ଗ୍ରାହକଙ୍କ ସୁନା ବିକ୍ରି ଅଭିଯୋଗ, ୪ କର୍ମଚାରୀଙ୍କୁ ଗିରଫ କଲା ପୋଲିସ

ଥାନାରେ ହୋଇଥିବା ଏତାଲା ମୁତାବକ ମାନସିଂପାଟଣା ବାସିନ୍ଦା କଲ୍ୟାଣୀ ମହାପାତ୍ର ନାମକ ଜଣେ ମହିଳା 2018 ମସିହା ମେ ମାସ 7 ତାରିଖ ଦିନ 35 ଗ୍ରାମର ସୁନାକୁ ଚଣ୍ଡିଛକ ମୁଥଟ ଫାଇନାନ୍ସରେ ବନ୍ଧକ ରଖି 60 ହଜାର ଟଙ୍କାର ଋଣ ନେଇଥିଲେ । କିନ୍ତୁ, ଏବେ ସେହି ଋଣ ବାବଦରେ ବୁଝିବା ପାଇଁ ଶାଖାକୁ ଯିବା ପରେ ସେଠାରେ ଯାହା ଶୁଣିଲେ ତାହା ପରେ ତାଙ୍କର ପାଦ ତଳୁ ମାଠି ଖସି ପଡ଼ିଥିଲା । ସେ ମୁଥୁଟ୍‌ ଫାଇନାନ୍ସରେ ଏକ ସତ୍ୟପାଠ ଦାଖଲ କରି ତାଙ୍କ ସୁନାକୁ ସେ ନେଇ ଯାଇଥିବା ଅର୍ଥ ଲଗାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଥିଲା । ଏହା ପରେ କଲ୍ୟାଣୀ ଠକେଇର ଶିକାର ହୋଇଥିବା ଜାଣି କ୍ୟାଣ୍ଟେନମେଣ୍ଟ ଥାନାରେ ଏକ ମାମଲା ଦାୟର କରିଥିଲେ ।

ତେବେ ଏହି ଘଟଣାର ତଦନ୍ତ କରିବା ପରେ ଗିରଫ ହୋଇଥିବା କର୍ମଚାରୀମାନେ କଲ୍ୟାଣୀଙ୍କ ଅଗୋରରେ ଏବଂ ତାଙ୍କ ନାଁରେ ଏକ ମିଥ୍ୟା ସତ୍ୟପାଠ ଦାଖଲ କରି ସେ ବନ୍ଧକ ରଖିଥିବା ସୁନାକୁ ବିକ୍ରି କରି ଦେବା ସହ ତାଙ୍କ ଋଣ ଖାତାକୁ ବନ୍ଦ କରି ଦେଇଥିଲେ । ଏକଥା ଜଣା ପଡ଼ିବା ପରେ ପୋଲିସ ଏହି କାଣ୍ଡ କରିଥିବା 4 ଜଣ କର୍ମଚାରୀଙ୍କୁ ଠକେଇ, ଜାଲ କାଗଜ ପ୍ରସ୍ତୁତ କରିବା ଓ ଅପରାଧିକ ଷଢଜନ୍ତ୍ର ରଚନା କରିବା ଆଦି ଦଫାରେ ଗରିଫ କରି କୋର୍ଟ ଚାଲାଣ କରିଛି ।

କେବଳ ସେତିକି ନୁହେଁ ଏହି ମାମଲାର ତଦନ୍ତ କରୁ କରୁ ସମ୍ପୃକ୍ତ ସଂସ୍ଥାର କର୍ମଚାରୀ ମାନେ କଲ୍ୟାଣୀଙ୍କ ଭଳି ଅନେକ ଗ୍ରାହକଙ୍କ ଠକେଇ କରି ତାଙ୍କ ସୁନାକୁ ବିକ୍ରି କରି ଦେଇଥିବା ଆଶଙ୍କା କରିଛି ପୋଲିସ । ଫଳରେ ସେହି ଶାଖା ସହିତ ମୁଥଟ୍‌ ଫାଇନାନ୍ସର କଟକରେ ଥିବା ଅନ୍ୟ ଶାଖା ଏବଂ ତାର କର୍ମଚାରୀମାନଙ୍କୁ ସ୍କାନର୍‌କୁ ନେଇଛି କମିଶନରେଟ ପୋଲିସ । ଋଣ ନେଇଥିବା ମହିଳା ଜଣକଙ୍କ ନିଜର ନିୟମିତ ଭାବେ କିସ୍ତି ଅର୍ଥ ପଇଠ କରୁନଥିବାରୁ ତାଙ୍କ ସୁନାକୁ ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ସେହି ଟଙ୍କାକୁ ମୁଖ୍ୟାଳୟରେ ଜମା କରି ଅଭିଯୋଗକାରିଣୀଙ୍କ ଋଣ ଖାତାକୁ କ୍ଲୋଜ୍ କରି ଦେଇଛନ୍ତି । ଏଥିପାଇଁ ସେମାନେ ଅଭିଯୋଗକାରିଣୀଙ୍କ ନାଁରେ ଏକ ମିଥ୍ୟା ସତ୍ୟପାଠ ମଧ୍ୟ ଶାଖାରେ ଦାଖଲ କରିଛନ୍ତି । ଉଭୟ ଯାକ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ବୋଲି କଟକ ଡିସିପି କହିଛନ୍ତି ।ତେବେ ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତ ଥାଇପାରେ ବୋଲି ପୋଲିସ ଅମୁମାନ କରିଛି । ସେହିପରି ଏହି ଖବର ପ୍ରଚାରିତ ହେବାପରେ ଅନ୍ୟ ଗ୍ରାହକ ମାନେ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ ନିକଟକୁ ଆସି ସେମାନଙ୍କ ସୁନା ସୁରକ୍ଷିତ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.