କଟକ : ଏସଟିଏର ନିର୍ଦ୍ଦେଶ ପରିବହନ କର୍ମଚାରୀ ମାନଙ୍କ ପାଇଁ 50 ଲକ୍ଷ ବୀମା । ପରିବହନ ବିଭାଗର କର୍ମଚାରୀ ଡ୍ୟୁଟି କଲାବେଳେ ଯଦି କୋରୋନା ସଂସ୍ପର୍ଶରେ ଆସି ମୃତ୍ୟୁ ହୁଏ ସେମାନଙ୍କୁ ମିଳିବ 50 ଲକ୍ଷ ଟଙ୍କା । ଏନେଇ ରାଜ୍ୟ ପରିବହନ ପ୍ରାଧୀକରଣ କମିଶନରଙ୍କ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ସରକାରୀ ଓ ଘରୋଇ ମେଡିକାଲ କାର୍ଯ୍ୟ କରୁଥିବା କର୍ମଚାରୀ ଓ ପୌରାଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀ ଯଦି କୋରୋନାରେ ମୃତ୍ୟବରଣ କରନ୍ତି ସେମାନଙ୍କୁ ବୀମା ଆକାରରେ 50 ଲକ୍ଷ ଟଙ୍କା ପାଇବେ । ଏହାସହ କିଛି କର୍ମଚାରୀ ଗାଡି ରିକ୍ୟୁଜେସନ କାର୍ଯ୍ୟରେ ଅଛନ୍ତି । ଏହାଛଡା ଆଉ କିଛି କର୍ମଚାରୀ ରେଳ ଷ୍ଟେସନ ଯାଇ ବାହାରୁ ଆସୁଥିବା ଲୋକ ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛନ୍ତି । ଏହାସହ ଯେଉଁ ଗାଡି କୋରୋନା ରୋଗୀଙ୍କୁ ଆଣୁଥିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବିଶେଷକରି ଗାଡି ଡ୍ରାଇଭର ଓ ହେଲପରଙ୍କୁ ମଧ୍ୟ ବୀମାରେ ଅନ୍ତର୍ଭୁକ୍ତ କରାଯିବା ନେଇ ବିଭାଗ ସ୍ଥିର କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ