ETV Bharat / city

ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ଶିଶୁର ଜୀବନ

ଗତ ଗୁରୁବାର କଟକ ଶିଶୁ ଭବନରେ ଜଣେ 7ମାସ ଶିଶୁର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

author img

By

Published : Feb 1, 2020, 6:17 PM IST

complain against sisu bhawan in cuttack
ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ଶିଶୁର ଜୀବନ

କଟକ: ଶିଶୁ ଭବନ ନାଁରେ ସାଙ୍ଘାତିକ ଅଭିଯୋଗ । ଡାକ୍ତରଙ୍କ ଅବହେଳା ନେଲା 7 ମାସ ଶିଶୁର ଜୀବନ । ଗତ ଗୁରୁବାର କଟକ ଶିଶୁ ଭବନରେ ଜଣେ 7ମାସ ଶିଶୁର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଗତ ଗୁରୁବାର ବିଡାନାସୀ ଅଞ୍ଚଳର ଜଣେ 7ମାସ ଶିଶୁର ଝାଡା ହେଉଥିଲା । ଏହାପରେ ପରିବାର ଲୋକେ ଶିଶୁକୁ କଟକ ଶିଶୁ ଭବନ ଆଣିଥିଲେ । ମାତ୍ର ଗୁରୁବାର ରାତିରେ ଶିଶୁର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ଶିଶୁର ଜୀବନ

ଏହା ସହ ଶିଶୁ ଭବନରେ ଡାକ୍ତର ଏବଂ ନର୍ସ ସେମାନଙ୍କୁ ର୍ଦୁବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି କ୍ରମରେ ଶନିବାର କଂଗ୍ରେସର ଏକ ଟିମ ଶିଶୁ ଭବନ ଗସ୍ତ କରି ସୁପରଟେଣ୍ଡଙ୍କ ସହ ବିଧିବଦ୍ଧ ଭାବେ ଆଲୋଚନା କରିଛନ୍ତି । ଅନ୍ୟପଟେ ଏହି ଅଭିଯୋଗ ଆଧାରରେ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ଶିଶୁ ଭବନ ସୁପରଟେଣ୍ଡ ସରୋଜ ଶତପଥୀ କହିଛନ୍ତି । ଏହାଛଡା ଯେଉଁମାନେ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ଘଟଣାର ସମସ୍ତ ସତ୍ୟାସତ୍ୟ ସମ୍ନାକୁ ଆସିବ ବୋଲି ସୁପରଟେଣ୍ଡ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଈଟିଭି ଭାରତ

Intro:କଟକ: ଶିଶୁ ଭବନ ନାଁ ରେ ସାଙ୍ଘାତିକ ଅଭିଯୋଗ । ଡକ୍ଟର ଙ୍କ ଅବହେଳା ଯୋଗୁଁ ଗଲା ଏକ ନିରୀହ ଶିଶୁ ର ପ୍ରାଣ । ମୁଣ୍ଡ ରେ ହାତ ଦେଲେ ପରିବାର । ସୁପରଟେଣ୍ଡ ମଧ୍ୟ ସାଜିଛନ୍ତି ନିରବଦ୍ରଷ୍ଟା । ତେବେ ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ଲୋକଙ୍କ ବିଶ୍ୱାସ ସହ ଖେଳିଲେ ଭଗବାନ କେବେ ବି ସହିବେନି ବୋଲି କହିଛନ୍ତି ପରିବାର ଲୋକେ ।

Body:ଭିଓ୧: ଶିଶୁ ଭବନ ରେ ସାମନ୍ୟ ଝାଡା ରେ ଗଲା ପ୍ରାଣ । ଶୁଣିଲେ ଲାଗିବ ଆଶ୍ଚର୍ଯ୍ୟ । ଡ଼କ୍ଟର କଲେ ଅଵହେଳା । ଶିକାର ହେଲା ବିଡାନାସି ଅଞ୍ଚଳ ର 7 ମାସ ର ଶିଶୁ ।ବାପା ମାଆ ହେଲେ ଆଶ୍ଚର୍ଯ୍ୟ । ଯିଏ ଜୀବନ ଦେଇଥାନ୍ତା ଯଦି ସିଏ ଜୀବନ ଯିବାକୁ ଦେବ ତାହାଲେ କଣ ଆଉ ଡ଼କ୍ଟର ଙ୍କ ଉପରେ ବିଶ୍ୱାସ ରହିବ । ଏହାଛଡା ଡ଼କ୍ଟର ଓ ନର୍ସ ମାନଙ୍କ ଦୁର୍ବ୍ୟବହାର ମଧ୍ୟ ଅସହ୍ୟ ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଏହି କ୍ରମ ରେ ଆଜି କଂଗ୍ରେସ ର ଏକ ଟିମ ଶିଶୁ ଭବନ ଗସ୍ତ କରି ସୁପରଟେଣ୍ଡ ଙ୍କ ସହ ବିଧିବଦ୍ଧ ଭାବେ ଆଲୋଚନା କରିଛନ୍ତି ।

ବାଇଟ: ସନ୍ତୋଷ କୁମାର ସାହୁ ( ବାପା )
ବାଇଟ: ପରିବାର ସଦସ୍ୟ
ବାଇଟ: ଗିରିବାଳା ବେହେରା( ପୁର୍ବତନ କର୍ପୋରେଟର )

ଭିଓ୨: ଅନ୍ୟପଟେ ଏହି ଅଭିଯୋଗ ଆଧାର ରେ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଳି କହିଛନ୍ତି ଶିଶୁ ଭବନ ସୁପରଟେଣ୍ଡ ସରୋଜ ଶତପଥି । ଏହାଛଡା କେଉଁ ଡ଼କ୍ଟର ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ଘଟଣା ର ସମସ୍ତ ସତ୍ୟାସତ୍ୟ ସମ୍ନା କୁ ଆସିବ ବୋଲି କହିଛନ୍ତି ସେ ।

ବାଇଟ: ପ୍ରଫେସର ଡ଼ ସରୋଜ କୁମାର ଶତପଥି( ଶିଶୁ ଭବନ ସୁପରଟେଣ୍ଡ)

Conclusion:ଫାଭିଓ: ତେବେ ଏହାପ୍ରଥମ ନୁହେଁ ଅନେକ ଘଟଣା ପୂର୍ବରୁ ଦୃଷ୍ଟିଗୋଚର ହୋଇ ସାରିଛି । ତେବେ ଅପେକ୍ଷା କେବଳ ସରକାର ଙ୍କ ମୁଖ୍ୟ ସ୍ରୋତ ରେ ଥିବା ଏହି ମେଡିକାଲର କେବେ ହେବ ସିଟି ସ୍କାନ । ଆଉ ପିତା ମାତା ଙ୍କ ମନରୁ ଦୂର ହେବ ଭୟ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.