ETV Bharat / city

ଡ୍ରଗ୍ସ ମାଫିଆଙ୍କ ଛାତି ଧଡଧଡ, ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍

author img

By

Published : Aug 14, 2021, 5:34 PM IST

କଟକର କିଛି ପ୍ରମୁଖ ସ୍ଥାନ ମାନଙ୍କରେ ମୁଣ୍ଡ ଟେକିଛନ୍ତି ଡ୍ରଗ୍ସ ମାଫିଆ । କରୋନା ଜନିତ ଲକଡାଉନ ଓ ସଟ ଡାଉନରୁ ଫାଇଦା ଉଠାଇ ଏହି ବେଇଅନ ବ୍ୟବସାୟ ଆରମ୍ଭ କରିଛନ୍ତି । ଏପରେ ଏହାର କାଉଣ୍ଟର ପାଇଁ ଆରମ୍ଭ ହୋଇଛି କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ । ଅଧିକ ପଢ଼ନ୍ତୁ...

କଟକରେ ଡ୍ରଗ୍ସ ମାଫିଆଙ୍କୁ ନାହିଁ ନିସ୍ତାର, ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍

କଟକ: ଐତିହ ସମ୍ପନ୍ନ କଟକ ସହର । ଭାଇଚାରା ସହର ନାମରେ ବେଶ୍ ପରିଚିତ ସିଲଭର ସିଟି । କିନ୍ତୁ ସହରରେ ମଧ୍ୟରେ ଅବାଧ ଧଳା ଜହର ବ୍ୟବସାୟ ଯୋଗୁଁ ଏହି ଭାଇଚାରାର ସହର ନିଜର ପରଚୟ ହରାଇବାକୁ ବସିଛି । ଲକଡାଉନ ଓ ସଟଡାଉନ ଆଳରେ କଟକରେ ସହରରେ ଡ୍ରଗ୍ସ ମାଫିଆଙ୍କ କାରବାର ବଢ଼ିବାରେ ଲାଗିଛି । ଯାହାର ନିଶାରେ କବଳିତ ହେବାରେ ଲାଗିଛି ଯୁବ ଗୋଷ୍ଠୀ ।

ଡ୍ରଗ୍ସ ମାଫିଆଙ୍କୁ ନାହିଁ ନିସ୍ତାର, ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍

ନିଶାରେ ଯୁବଗୋଷ୍ଠୀ କୁପଥଗାମୀ ହେଉଥିବା ବେଳେ ଏହାକୁ ନେଇ କଟକବାସୀଙ୍କ ମନରେ ଏକ ଅଜଣା ଡର । ଡ୍ରଗ୍ସ ପାଇଁ ନିଜ ଭବିଷ୍ୟତକୁ ନିଜେ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି ଯୁବଗୋଷ୍ଠୀ । ଏସବକୁ ଦୃଷ୍ଟିରେ ରଖି ଡ୍ରଗ୍ସ ମାଫିଆଙ୍କୁ ସାବଡ଼ କରିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ଡ୍ରଗ୍ସ ବିରୋଧୀ ଅଭିଯାନ ରୂପକ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରି ଡ୍ରଗ୍ସ ମାଫିକାଙ୍କ ନିଦ ହଜାଇ ଦେଇଛି ।

ସହରର କିଛି ପ୍ରମୁଖ ସ୍ଥାନ ମାନଙ୍କରେ ଏହି ମାଫିଆ ମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ହେଲେ ପୋଲିସର ସ୍ପେଶାଲ ଡ୍ରାଇଭ ଆଗରେ ମାଫିଅଙ୍କ ଡ୍ରଗ୍ସ କାରବାର ଯୋଜନା ପଣ୍ଡ ହେଉଛି । ଗତବର୍ଷ ତୁଳନା ଚଳିତବର୍ଷ ବିପୁଳ ପରିମାଣ ରେ ଜବତ ହୋଇଛି ଡ୍ରଗ୍ସ । ଯାହା ପୋଲିସ ପାଇଁ ଏକ ବଡ଼ ସଫଳତା। 2019 ପର୍ଯ୍ୟନ୍ତ ଡ୍ରଗ୍ସ ବିରୋଧୀ ଅଭିଯାନର ମଙ୍ଗ ଧରିଥିଲା ସ୍ପେଶାଲ ଟାସ୍କଫୋର୍ସ କ୍ରାଇମବ୍ରାଞ୍ଚ । 2020ରେ ସାରା ରାଜ୍ୟରୁ 34 କେଜିରୁ ଅଧିକ ଡ୍ରଗ୍ସ ଜବତ କରିଥିଲା ସ୍ପେଶାଲ ଟାସ୍କଫୋର୍ସ । ହେଲେ ଗତ 5 ମାସ ମଧ୍ୟରେ କେବଳ ଟ୍ବିନ୍ ସିଟିରେ 6 ଜେଜିରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି ।

ଗତବର୍ଷ ଟ୍ବିନ୍ ସିଟିରେ ମାତ୍ର 3 କେଜି ଡ୍ରଗ୍ସ ଜବତ ହୋଇଥିଲା । ଏହାରି ମଧ୍ୟରେ ଅନେକ ମାଫିକାଙ୍କ ହାତରେ ହ୍ୟାଣ୍ଡକପ ପକାଇଛି କମିଶନରେଟ ପୋଲିସ । ଆଗମୀ ଦିନରେ ମଧ୍ୟ କମିଶନରେଟ ପୋଲିସର ଏହି ସ୍ପେଶାଲ ଡ୍ରାଇଭ୍ ଜାରି ରହିବ । ଏହାକୁ ନେଇ ଟ୍ବିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଲକଡାଉନ ଓ ସଟଡାଉନ ଆଳରେ ଧଳା ଜହରର ବ୍ୟବସାୟ କରୁଛନ୍ତି ଡ୍ରଗ୍ସ ମାଫିଆ । ତେବେ ଡ୍ରଗ୍ସ ଭଳି କଳଙ୍କକୁ ମୂଳପୋଛ କରିବା ପାଇଁ କମିଶନରେଟ ପୋଲିସ ଯେଉଁ ବ୍ଲୁ ପ୍ରିଣ୍ଟ ନିର୍ମାଣ କରିଛି ତାହାକୁ ସ୍ୱାଗତ କରିଛନ୍ତି କଟକବାସୀ । ଏଭଳି ଚଢ଼ାଉ ଜାରି ରହିଲେ ଆଗାମୀ ଦିନରେ ସିଲଭରସିଟିର ଭବିଷ୍ୟତର ଚିତ୍ର ନିଶ୍ଚୟ ଉଜ୍ଜଳମୟ ହେବ ବୋଲି ସମସ୍ତଙ୍କ ଆଶା ।

କଟକରୁ ପ୍ରଭୁକଲ୍ଯାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.