ETV Bharat / city

ରିଲାଏନ୍ସ ଫ୍ରେସରେ ପଚା ଅଣ୍ଡା, ଚଢାଉ କଲା CMC

author img

By

Published : Oct 29, 2021, 6:30 PM IST

କଟକ ଜିଲ୍ଲାର କନିକା ଛକ ନିକଟ ରିଲାଏନ୍ସ ଫ୍ରେସରେ ପଚା ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସିନ୍ଥେଟିକ ଅଣ୍ଡା ବିକ୍ରି ଅଭିଯୋଗ, Reliance ଫ୍ରେସ ଉପରେ CMCର ଚଢାଉ

କଟକ: ଜିଲ୍ଲାର କନିକା ଛକ ସ୍ଥିତ ରିଲାଏନ୍ସ ଫ୍ରେସ ଉପରେ କଟକ ମହାନାଗର ନିଗମ(CMC)ର ଚଢାଉ । ସିନ୍ଥେଟିକ ଅଣ୍ଡା ବିକ୍ରି ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଚଢାଉ ହୋଇଛି । ଚଢାଉ ସମୟରେ ଖାଦ୍ୟ ସୁରକ୍ଷା ଅଧିକାରୀ ଉପସ୍ଥିତ ରହିଛନ୍ତି ।

ପୂର୍ବରୁ ଅଣ୍ଡା ସାମ୍ପଲ ଯାଇଥିଲା । ବର୍ତ୍ତମାନ ରିଲାଏନ୍ସ ଫ୍ରେସରେ ଅଣ୍ଡା ବିକ୍ରି ଉପରେ ରୋକ ଲଗାଯାଇଛି । ଏବେ ବି କିଛି ଅଣ୍ଡା ପଚା ବାହାରିଛି । ତେବେ ରିପୋର୍ଟ ଆସିବା ପରେ ହିଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଚଢାଉରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଅନେକ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଅଛନ୍ତି ।

ଜଣେ ଗ୍ରାହକ ଅଣ୍ଡା କିଣି ନେବା ପରେ ଏହାକୁ ଘରେ ସିଝାଇଥିଲେ । ମାତ୍ର ଏହା ସାଧାରଣ ଅଣ୍ଡାଠାରୁ ଭିନ୍ନ ଥିଲା । ତାଙ୍କର ସନ୍ଦେହ ଜାତ ହେବା ପରେ ସେ ସିଏମସିକୁ ଖବର ଦେଇଥିଲେ । ଏହାପରେ ଉକ୍ତ ରିଲାଏନ୍ସ ଫ୍ରେସ ଉପରେ ହୋଇଥିଲା ଚଢାଉ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.