କଟକ: ତୁରନ୍ତ କଟକ ମହାନଗର ନିର୍ବାଚନ କରିବା ପାଇଁ ଦାବି କରିଛି ଭାରତୀୟ ଜନତା ପାର୍ଟି । ଏହାସହ ଆଜି ବିଭିନ୍ନ ସମସ୍ୟା ନେଇ କଟକ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ରାଜ୍ୟ ସରକାର ବାଟବଣା କରୁଥିବା ଅଭିଯୋଗ କରିଛି ବିଜେପି । ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା ହେବା ଫଳରେ ଅନେକ ବସ୍ତି ବାସିନ୍ଦା ଏଥିରେ ପ୍ରଭାବିତ ହେଉଛନ୍ତି ।
ସେହିପରି ମହାନଗର ନିର୍ବାଚନ ବିଳମ୍ବକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି । ନିର୍ବାଚନ ନ ହେବାରୁ ସହରରେ ଉନ୍ନତି କାମ ହୋଇପାରୁନାହିଁ । ସହରରେ ଅନେକ ସମସ୍ୟାର ସମାଧାନ କରିବାରେ ମହାନଗର ନିଗମ ବିଫଳ ହୋଇଥିବା ବଜେପି ଅଭିଯୋଗ କରିବା ସହ ସମସ୍ୟା ସମାଧାନ କରିବା ଦାବିରେ କଟକ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବଜେପି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ