ETV Bharat / city

2024 ନିର୍ବାଚନରେ ରାଜ୍ୟରେ ଆସିବ ବିଜେପି ସରକାର: ତୋମାର

author img

By

Published : Jan 20, 2021, 5:13 PM IST

Updated : Jan 20, 2021, 5:19 PM IST

କଟକରେ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଦଳୀୟ କର୍ମକର୍ତ୍ତାଙ୍କୁ ନେଇ କଟକରେ ଏକ ବୈଠକ କରିଛନ୍ତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଦଳକୁ ମଜଭୂତ କରିବା ପାଇଁ କଲେ ଆଲୋଚନା । ଅଧିକ ପଢନ୍ତୁ...

2024 ନିର୍ବାଚନରେ ରାଜ୍ୟରେ ଆସିବ ବିଜେପି ସରକାର: ତୋମାର
2024 ନିର୍ବାଚନରେ ରାଜ୍ୟରେ ଆସିବ ବିଜେପି ସରକାର: ତୋମାର

କଟକ: ସିଲଭର ସିଟିରେ ପହଁଚିଲେ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଏହି ଅବସରରେ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକରେ ଯୋଗ ଦେଇଛନ୍ତି ତୋମାର । ବୈଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କିପରି ଦଳ ତୃଣମୂଳସ୍ଥରରୁ ମଜଭୂତ ହେବ ସେନେଇ କର୍ମୀଙ୍କ ମଧ୍ୟରେ ଆଲୋଚନା କରିଛନ୍ତି ।

ଏଥିସହ ଆଗମୀ 2024 ନିର୍ବାଚନରେ ରାଜ୍ୟରେ ବିଜେପି ହିଁ ବହୁମତ ସାବ୍ୟସ୍ତ କରିବ ବୋଲି କହିଛନ୍ତି ତୋମାର । ସବୁପରେ ବି ବର୍ତ୍ତମାନ ସମୟରେ ଦଳକୁ କିପରି ବୁଥସ୍ଥରରେ ମଜଭୂତ କରିହେବ ତାହା ଉପରେ ଦିଆଯାଇଛି ଫୋକସ । ରାଜ୍ୟକୁ ଶାସନ କରୁଥିବା ବିଜେଡି ସରକାର ଆଗମୀ ନିର୍ବାଚନରେ ନିଶ୍ଚୟ ମୁଣ୍ଡ ନୁଆଁଇବ ବୋଲି କହିଛନ୍ତି ସହ ପ୍ରଭାରୀ ବିଜୟ ପାଲ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 20, 2021, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.