ETV Bharat / city

ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ, ଶୀଘ୍ର ନିଷ୍ପତ୍ତି ସ୍ପଷ୍ଟ କରିବାକୁ ଦାବି କଲା BJP

author img

By

Published : Sep 9, 2021, 7:29 PM IST

କଟକ ସହରରେ ଲାଗି ରହିଥିବା ଦୂର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ବିଜେପିର ଚେତାବନୀ । ଶୀଘ୍ର ନିଷ୍ପତ୍ତି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର । ବାଇକ ରାଲି କରି ଶକ୍ତି ପ୍ରଦର୍ଶନ କଲା ଦଳ । ସାଧାରଣ ଦର୍ଶନକୁ ଅନୁମତି ନ ମିଳିଲେ ଆନ୍ଦୋଳନ ଚେତବନୀ । । ଅଧିକ ପଢନ୍ତୁ...

ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ, ଶୀଘ୍ର ନିଷ୍ପତ୍ତି ସ୍ପଷ୍ଟ କରିବାକୁ ଦାବି କଲା BJP
ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ, ଶୀଘ୍ର ନିଷ୍ପତ୍ତି ସ୍ପଷ୍ଟ କରିବାକୁ ଦାବି କଲା BJP

କଟକ: ଦୁର୍ଗାପୂଜାକୁ ନେଇ ରାଜ୍ୟ ସରକାର ଓ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ବୈଠକକୁ ଗୋଟିଏ ଦିନ ପୁରିଛି । ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଗଣେଶ ପୂଜା ପରେ ରାଜ୍ୟ ସରକାର ଦୁର୍ଗାପୂଜାକୁ ନେଇ ନିଜର ନିଷ୍ପତ୍ତି ସ୍ପଷ୍ଟ କରିବେ । ତେବେ ଆସନ୍ତାକାଲି ଗଣେଶ ପୂଜା ଥିବାବେଳେ ଏହାର ଗୋଟିଏ ଦିନ ପରେ ମା'ଙ୍କ ମୃର୍ଣ୍ଣୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ତେଣୁ ଆସନ୍ତାକାଲି କିମ୍ବା ପରଦିନ କଟକ ଦୁର୍ଗାପୂଜା ପାଇଁ ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଟକ ନଗର ବିଜେପି ।

ସରକାରଙ୍କ ନିଷ୍ପତ୍ତିକୁ ପୂଜା କମିଟିଗୁଡ଼ିକ ଅପେକ୍ଷା କରିଥିବାବେଳେ ଆସନ୍ତା 13 ତାରିଖରେ କଟକ ବନ୍ଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଏନେଇ ଆଜି ଦଳ ପକ୍ଷରୁ ଆଜି ଏକ ବିଶାଳ ବାଇକ ଶୋଭାଯାତ୍ରା କରାଯାଇଥିଲା । ସିଡିଏ ସେକ୍ଟର-7 ପୂଜା ମଣ୍ଡପରୁ ବାହାରିଥିବା ଏହି ବାଇକ ରାଲି ସହରର ବିଭିନ୍ନ ପୂଜା ମଣ୍ଡପ ପରିକ୍ରମା କରିଥିଲା । ତେବେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ମଣ୍ଡପରେ ସର୍ବସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ନ ମିଳିଲେ 13 ତାରିଖ ଦିନ କଟକ ବନ୍ଦ କରିବ ବୋଲି କହିଛି ଦଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.