ETV Bharat / city

କଟକ ରେଳଷ୍ଟେସନର ନବକଳେବର ପାଇଁ ନଗର ବିଜେପିର ୪ ଦାବି - bjp demand for develop cuttack railway station

ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କଟକ ରେଳ ଷ୍ଟେସନର ନବକଳେବର ହେବା ନେଇ ଆଶା ରଖିଛି କଟକ ନଗର ବିଜେପି । ଅଧିକ ପଢନ୍ତୁ...

କଟକ ରେଳ ଷ୍ଟେସନର ନବକଳେବର ପାଇଁ ନଗର ବିଜେପିର ୪ ଦାବି

author img

By

Published : Aug 12, 2021, 4:00 PM IST

କଟକ: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆସନ୍ତା ୧୬ ତାରିଖରୁ ରେଳମନ୍ତ୍ରୀଙ୍କ ଓଡିଶା ଗସ୍ତ ଆରମ୍ଭ ହେଉଛି । ତେଣୁ କଟକ ରେଳ ଷ୍ଟେସନର ନବକଳେବର ହେବା ନେଇ ଆଶା ରଖିଛି କଟକ ନଗର ବିଜେପି । ପୂର୍ବରୁ ଷ୍ଟେସନରେ ସବୁ ଦିଗରୁ ବିକାଶ ହେବା ନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲା ନଗର ବିଜେପି ।

କଟକ ରେଳ ଷ୍ଟେସନର ନବକଳେବର ପାଇଁ ନଗର ବିଜେପିର ୪ ଦାବି

ବିଶେଷ କରି 4ଟି ଦିଗ ପ୍ରତି କେନ୍ଦ୍ର ସରକାରରେ ଥିବା ଓଡ଼ିଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଧ୍ୟାନ ଦେବେ ବୋଲି ଆଶା ରଖିଛି କଟକ ନଗର ବିଜେପି । ପ୍ରଥମତଃ କଟକ ଷ୍ଟେସନରୁ ସବୁ ଟ୍ରେନ ଯାତାୟତ କରୁ । ଏହାସହ ଅନେକ ଟ୍ରେନ କଟକରୁ ଛାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡି ଥାଏ । ଯାହାଦ୍ୱାରା କଟକ ଓ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ।

ଏହାସହ କଟକ ରେଳ ଷ୍ଟେସନର ଦୁଇଟି ମୁଖ୍ୟ ଗେଟ ଥିଲାବେଳେ ଅନ୍ୟ ଏକ ଗେଟ ସଙ୍କୁଚିତ ଅବସ୍ଥାରେ ରହିଛି । ତାହାର ମଧ୍ୟ ନବୀକରଣ ହେଉ। ଶେଷ ଦାବିଟି ହେଉଛି, ଷ୍ଟେସନ ଅଧୀନରେ ଥିବା ପରିତ୍ୟକ୍ତ ସ୍ଥାନ ଉପରେ ହୋଟେଲ, ରେଷ୍ଟୁରାଣ୍ଟ ଓ ନାନାଦି ପ୍ରକାରର ବିକାଶମୂଳକ କାର୍ଯ୍ୟ ହେଲେ କଟକର ଶୋଭା ଦ୍ବିଗୁଣିତ ହେବ। ତେବେ ଏନେଇ ଅଶ୍ୱିନୀ ବୈଷ୍ଣବକୁ କଟକ ନଗର ବିଜେପିର ଏକ ଟିମ ଭେଟି ଦାବିପତ୍ର ପଦାନ କରିଛି। ତେବେ ଏହି ଦିଗରେ ଶୀଘ୍ର କାମ ଆରମ୍ଭ ହେବା ନେଇ ମନ୍ତ୍ରୀ ସୂଚନା ଦେଇଥିବା ସ୍ପଷ୍ଟ କରିଛି ବିଜେପି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.