କଟକ: ଗାଡ଼ି ଚୋରି ମାମଲାରେ ଗିରଫ ହେଲା ଚୋର ଗୋଲିଆ । ଗତ ୨୧ତାରିଖରେ ଚାରବାଟିଆ ଇଏସଆଇ ମେଡିକାଲରୁ ଗାଡି ଚୋରି ଘଟଣାରେ ଗୋଲିଆ ଓରଫ ବାସୁଦେବ ବେହେରାକୁ ଗିରଫ କରିଛି ଚୌଦ୍ଵାର ଥାନା ପୋଲିସ । ଏହି ଗାଡିକୁ ଚୋରି କରିବା ପରେ ଚୌଦ୍ୱାର ଅଞ୍ଚଳର ଲୋଟସ ସାମଲକୁ ୧୫ ହଜାର ଟଙ୍କାରେ ବିକିଥିଲା ଗୋଲିଆ ।
ତେବେ ଏତେଲା ଆଧାରରେ ତଦନ୍ତ ପରେ ଗୁରୁବାର ଉଭୟଙ୍କ ହାତରେ ହ୍ୟାଣ୍ଡକପ ପକାଇ କୋର୍ଟ ଚାଲାଣ କରିଛି ପୋଲିସ । ଗୋଲିଆ ନାଁରେ ପୂର୍ବରୁ କଟକର ବିଭିନ୍ନ ଥାନାରେ ମାମଲା ରହିଛି । ଏହାସହ ଏହି ମାମଲାରେ ଆହୁରି ତଦନ୍ତ ଜାରି ରହିଥିବା ଥାନା ଅଧକାରୀ ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ