ETV Bharat / city

ବଡ ମେଡିକାଲରୁ ଧରାପଡିଲେ ବାଇକ ଲୁଟେରା ଗ୍ୟାଙ୍ଗ, ୮ ବାଇକ ଓ ଅଟୋ ଜବତ

author img

By

Published : Apr 21, 2022, 6:45 PM IST

SCB ବଡ଼ ମେଡିକାଲରୁ ଧରା ପଡ଼ିଲା ବାଇକ ଲୁଟେରା । ଜବତ ହେଲା ୮ ବାଇକ ଆଉ ଗୋଟିଏ ଅଟୋ । ସିକ୍ୟୁରିଟି ଗାର୍ଡ ଡ୍ରେସ ପିନ୍ଧି କରୁଥିଲା ଚୋରି । ଅଧିକ ପଢ଼ନ୍ତୁ

ଧରାପଡ଼ିଲା ବାଇକ ଚୋର, ୮ ବାଇକ, ୧ ଅଟୋ ଜବତ
ଧରାପଡ଼ିଲା ବାଇକ ଚୋର, ୮ ବାଇକ, ୧ ଅଟୋ ଜବତ

କଟକ: ଏସସିବି ବଡ଼ ମେଡିକାଲରୁ ଧରାପଡିଲେ ବାଇକ ଲୁଟେରା ଗ୍ୟାଙ୍ଗ । ମେଡିକାଲରେ ରହୁଥିବା ପୂର୍ବରୁ ଜଣେ ସିକ୍ୟୁରିଟି ଗାର୍ଡ ଲୁଟୁଥିଲା ବାଇକ ଓ ଅଟୋ । ଆଉ ଏହି ଚୋର ସିକ୍ୟୁରିଟି ଗାର୍ଡକୁ ସହଯୋଗ କରୁଥିଲା ନକଲି ଚାବି ତିଆରି କରୁଥିବା ବ୍ୟକ୍ତି ସହିତ ଆଉ ଦୁଇଜଣ । ଏସମ୍ପର୍କରେ ପୋଲିସ ଖବରପାଇ ଲୁଟେରାଙ୍କୁ ଗିରଫ କରିଛି ।

ଧରାପଡ଼ିଲା ବାଇକ ଚୋର, ୮ ବାଇକ, ୧ ଅଟୋ ଜବତ

ସୂଚନାନୁସାରେ ସିକ୍ୟୁରିଟି ଗାର୍ଡ ପ୍ରତାପ ସାମଲ SCB ଚାକିରୀ କରୁଥିବା ବେଳେ ଜରୁରୀକାଳୀନ କାମରେ ଆସୁଥିବା ରୋଗୀ ସମ୍ପର୍କୀୟଙ୍କ ଉପରେ ନଜର ରଖୁଥିଲା । ତେବେ ପ୍ରତାପ ସିକ୍ୟୁରିଟି ଚାକିରୀ ଛାଡିଲା ପରେ ମଧ୍ୟ ଲୋକଙ୍କୁ ଚକମା ଦେବାକୁ ସିକ୍ୟୁରିଟି ଡ୍ରେସ୍‌ ପିନ୍ଧି ଚୋରି କରୁଥିଲା ।

ଏ ସମ୍ପର୍କରେ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଁଞ୍ଚି ସିକ୍ୟୁରିଟି ଗାର୍ଡ ପ୍ରତାପକୁ ଗିରଫ କରିବା ସହ ଏଥିରେ ସାମିଲ ଥିବା ଅନ୍ୟ ଦୁଇଜଣ ସୌରଭ ସ୍ଵାଇଁ ଓ ବଲ୍ଲଭ ଜେନାକୁ ମଧ୍ୟ ପୋଲିସ ଗିରଫ କରିଛି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ରହିଛି ଅନେକ ମାମଲା । ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ ୮ ଟି ବାଇକ, ଗୋଟିଏ ଅଟୋ ଜବତ କରିଛି ମଙ୍ଗଳାବାଗ ଥାନା ପୋଲିସ । ଏହି ବାଇକ ଚୋରି ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜୋନ-୨ର ଏସିପି ଅଜୟ ଦାସ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.