କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା । ଅକ୍ଟୋବର 12 ତାରିଖକୁ ଘୁଞ୍ଚିଲା ଶୁଣାଣି ।
ଆଜି ଶୁଣାଣି ହେବାକୁ ଥିବାବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ବୟାନ ରେକର୍ଡ କରାଯାଇଥିଲା । ଜିଲ୍ଲା ପ୍ରୋଟେକ୍ସନ ଅଫିସରଙ୍କ ନିକଟରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା । ତେବେ ଶୁଣାଣିକୁ ଅକ୍ଟୋବର 12 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ସେପଟେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ଛାଡପତ୍ର ମାମଲାକୁ ନେଇ ବର୍ଷାଙ୍କ ପାଖକୁ କୌଣସି ନୋଟିସ ଆସିନାହିଁ । ଯଦି ଆସେ ତେବେ ମାମଲାକୁ କଟକକୁ ଆଣିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ