ETV Bharat / city

ACF ମୃତ୍ୟୁ ମାମଲାରେ DFOଙ୍କୁ କ୍ଲିନ୍ ଚିଟ, ବିଦ୍ୟାଙ୍କ ନାଁରେ ଚାର୍ଜସିଟ

author img

By

Published : Oct 8, 2021, 6:51 PM IST

Updated : Oct 8, 2021, 7:56 PM IST

ACF ସୌମ୍ୟ ମୃତ୍ୟୁ ମାମଲାରେ ଖୁଲାସା କରିଛି କ୍ରାଇମବାଞ୍ଚ । ଆଉ ଏହି ଘଟଣାରେ ସନ୍ଦିଗ୍ଧ ମନ୍ମଥ କୁମ୍ଭ , DFO ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ ଚିଟ୍ ଦେଇଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ବହୁଚର୍ଚ୍ଚିତ ACF ସୌମ୍ୟ ମୃତ୍ୟୁ ମାମଲା, DFO ଓ ରୋଷେୟାଙ୍କୁ କ୍ରାଇମବ୍ରାଞ୍ଚର କ୍ଲିନ୍ ଚିଟ

କଟକ: ବହୁଚର୍ଚ୍ଚିତ ACF ସୌମ୍ୟ ମୃତ୍ୟୁ ମାମଲାରେ ଖୁଲାସା କରିଛି କ୍ରାଇମବାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ତେବେ କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ଗଠନ ହୋଇ ଏହି ମାମଲାରେ ପ୍ରଥମେ ଡିଏଫଓ ଓ ପରେ ACF ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟ ଲାଏ ଡିଟେକ୍ସନ ପରୀକ୍ଷା କରାଯାଇଥିଲା ।

ACF ମୃତ୍ୟୁ ମାମଲାରେ DFOଙ୍କୁ କ୍ଲିନ୍ ଚିଟ, ବିଦ୍ୟାଙ୍କ ନାଁରେ ଚାର୍ଜସିଟ

ତେବେ ଏହି ମାମଲାରେ ଆଜି(ଶୁକ୍ରବାର) ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ସନ୍ଦିଗ୍ଧ ମନ୍ମଥ କୁମ୍ଭ , DFO ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ ଚିଟ୍ ଦେଇଛି କ୍ରାଇମବ୍ରାଞ୍ଚ ।

ସେପଟେ ଏହି ଘଟଣାରେ ବିଦ୍ୟା ଭାରତୀଙ୍କର ଭୂମିକା ସନ୍ଦେହ ଜନକ ଥିଲା । ସେଥିପାଇଁ ତାଙ୍କ ବିରୋଧରେ ଆଇପିସିର ଧାରା 285 ଓ 304 ଏ ଦଫାରେ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ । ଆଉ ଏଇ ଦୁଇ ଦଫା 7 ବର୍ଷରୁ କମ୍ ସଜା ହୋଇପାରେ ବୋଲି ସୂଚନା ମିଳିଛି । ଏହା ସହ ସିଆରପିସିର ଧାରା 41 ଆଧାରରେ ତାଙ୍କୁ କେବଳ ନୋଟିସ ଜାରି କରିଛି କ୍ରାଇମବ୍ରାଞ୍ଚ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Last Updated : Oct 8, 2021, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.