ETV Bharat / city

ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ

author img

By

Published : May 14, 2020, 4:50 PM IST

Updated : May 14, 2020, 7:46 PM IST

ପ୍ରବାସୀମାନେ ନିଜ ରାଜ୍ୟକୁ ଆସିବା ପାଇଁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । କିନ୍ତୁ ଏଥିପାଇଁ ହେଉଥିବା ପଞ୍ଜୀକରଣରେ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ । ଆଧାରକାର୍ଡ଼ ବ୍ୟତୀତ ଅନ୍ୟ କାଗଜପତ୍ର ଦେଇପାରିବେ ପ୍ରବାସୀ ଓଡ଼ିଆ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ
ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ

କଟକ: ପ୍ରବାସୀମାନେ ନିଜ ରାଜ୍ୟକୁ ଆସିବା ପାଇଁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । କିନ୍ତୁ ଏଥିପାଇଁ ହେଉଥିବା ପଞ୍ଜୀକରଣରେ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ । ଆଧାରକାର୍ଡ଼ ବ୍ୟତୀତ ଅନ୍ୟ କାଗଜପତ୍ର ଦେଇପାରିବେ ପ୍ରବାସୀ ଓଡ଼ିଆ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, କୋରୋନା ଭାଇରସ ସତର୍କତା ପାଇଁ ସାରା ଦେଶ ଓ ରାଜ୍ୟରେ ଲକଡାଉନ ରହିଛି । ଏନେଇ ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ଓଡ଼ିଶାକୁ ଫେରେଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହାସହ ସେମାନଙ୍କ ଆସିବା ପାଇଁ ସ୍ବତନ୍ତ୍ର ଟ୍ରେନ ଓ ବସର ବ୍ୟବସ୍ଥା ହୋଇଛି । କିନ୍ତୁ ରାଜ୍ୟକୁ ଆସିବାକୁ ହେଲେ ସେମାନଙ୍କୁ ରାଜ୍ୟ ସରକାରଙ୍କ ୱେବସାଇଟରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ପଞ୍ଜୀକରଣ କରିବା ପାଇଁ ଆଧାରକାର୍ଡ଼ ଆବଶ୍ୟକ ବୋଲି ଆଗରୁ କୁହାଯାଇଥିଲା । କିନ୍ତୁ ଏବେ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 14, 2020, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.