କଟକ: କାକଟପୁର ଶକ୍ତିପୀଠରେ ନିୟୋଜିତ ସମସ୍ତ ସେବାୟତଙ୍କୁ ବାର୍ଷିକ 15 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ମନ୍ଦିର ପକ୍ଷରୁ ପ୍ରକାଶ ଚନ୍ଦ୍ର ପଣ୍ଡା ଓ 14 ସେବାୟତ ଏନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ।
ପୁରୀ ଶ୍ରୀମନ୍ଦିରରେ ସମସ୍ତ ସେବାୟତଙ୍କୁ ତିନୋଟି କିସ୍ତିରେ 5 ହଜାର ଟଙ୍କା ଲେଖାଏଁ 15 ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ବେଳେ କାକଟପୁର ଶକ୍ତିପୀଠର ସେବାୟତଙ୍କୁ ଏହି ଭଳି ରାଶି ପ୍ରଦାନ କରାଯାଉ ବୋଲି ଆବେଦନକାରୀ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ