ETV Bharat / city

ତାଲାବନ୍ଦ ଉଲ୍ଲଙ୍ଘନ: ରାଜ୍ୟରେ ଏପର୍ଯ୍ୟନ୍ତ 6680, ଗତ 24 ଘଣ୍ଟାରେ 8 ମାମଲା

ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୬୮୦ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

ତାଲାବନ୍ଦ ଉଲ୍ଲଙ୍ଘନ: ରାଜ୍ୟରେ ଏପର୍ଯ୍ୟନ୍ତ 6680, ଗତ 24 ଘଣ୍ଟାରେ 8 ମାମଲା
ତାଲାବନ୍ଦ ଉଲ୍ଲଙ୍ଘନ: ରାଜ୍ୟରେ ଏପର୍ଯ୍ୟନ୍ତ 6680, ଗତ 24 ଘଣ୍ଟାରେ 8 ମାମଲା
author img

By

Published : Jun 30, 2020, 8:14 PM IST

କଟକ: ରାଜ୍ୟରେ ଜାରି ରହିଛି ତାଲାବନ୍ଦ ନିୟମର ଉଲ୍ଲଙ୍ଘନ । ସଂଖ୍ୟା କମିଥିଲେ ମଧ୍ୟ ପ୍ରତିଦିନ କିଛି ମାମଲା ରୁଜୁ ହେବାରେ ଲାଗିଛି । ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ୍ 8ଟି ମାମଲା ରୁଜୁ ହୋଇଛି ।

ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୬୮୦ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ସକାଳୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୮ଟି ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ମାମଲା ରୁଜୁ ହୋଇଛି ।

ଏହି ୮ଟି ମାମଲା ମଧ୍ୟରୁ ୫ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବାବେଳେ ଗୋଟିଏ ମାମଲାରେ ହୋମ କ୍ୱାରେଣ୍ଟାଇନ ଉଲ୍ଲଙ୍ଘନ ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଏକ ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ରୁଜୁ କରାଯାଇଛି । ତେବେ ଗୋଟିଏ ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.