ETV Bharat / city

ଭୁବନେଶ୍ୱରରେ ମୁଣ୍ଡ ଟେକୁଛି ଭାଇଗିରି: ପ୍ରେସଛକ ହତ୍ୟାକାଣ୍ଡର ସାମ୍ନାକୁ ଆସିଲା ସତ - ପ୍ରେସଛକ ହତ୍ୟାକାଣ୍ଡ ଘଟଣା

ପ୍ରେସଛକ ହତ୍ୟାକାଣ୍ଡ ଘଟଣା । ଭାଇଗିରି ପାଇଁ ବଳି ପଡିଲା ନିରୀହ‌ ଜୀବନ। ଅଧିକ ପଢନ୍ତୁ

ଭୁବନେଶ୍ୱରରେ ମୁଣ୍ଡ ଟେକୁଛି ଭାଇଗିରି: ପ୍ରେସଛକ ହତ୍ୟାକାଣ୍ଡର ସାମ୍ନାକୁ ଆସିଲା ସତ

author img

By

Published : Jan 16, 2022, 10:39 PM IST

ଭୁବନେଶ୍ୱର : ଭାଇଗିରି ପାଇଁ ବଳି ପଡିଲା ନିରୀହ‌ ଜୀବନ। ଭାଇଙ୍କ ସହ ଏକତ୍ରିତ ହୋଇ ଆସିବା ହେଲା କାଳ। ଝଗଡା କଲେ ଜଣେ ହେଲେ ଜୀବନ ଗଲା ଆଉ ଜଣଙ୍କର । ଯାହାର ପରିଣାମ ସ୍ବରୁପ ପ୍ରେସ ଛକରେ ହତ୍ୟାର ଶିକାର ହୋଇଛି ନିରୀହ ଯୁବକ। ବିବାଦ ଆରମ୍ଭ ହୋଇଥିଲା ରାସ୍ତା କଡରେ ଏକ କାର ଭିତରେ ଥିବା ଜଣେ ଯୁବକ ଓ ଯୁବତୀଙ୍କ ଠାରୁ। କାରରେ ବସି ସେମାନେ କେକ ଖାଉଥିଲେ ।

ଭୁବନେଶ୍ୱରରେ ମୁଣ୍ଡ ଟେକୁଛି ଭାଇଗିରି: ପ୍ରେସଛକ ହତ୍ୟାକାଣ୍ଡର ସାମ୍ନାକୁ ଆସିଲା ସତ

ଏହି ସମୟରେ ସେଠାକୁ ଯାଇଥିବା କେଟିଏମ ସୋରୁମର ଦୁଇଜଣ କର୍ମଚାରୀ ଓ ତାଙ୍କ ସାଙ୍ଗ ସେଠାରେ ସେମାନଙ୍କୁ ଦେଖି ହସି ଦେଇଥିଲେ। ଯାହାକୁ ନେଇ କାରରେ ଭିତରେ ଥିବା ଯୁବକ ଯୁବତୀ ଗାଡି ବାହାରକୁ ବାହାରି ସେମାନଙ୍କୁ ଗାଳି ଗୁଲଜ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଥାକଟାକଟି ହୋଇଥିଲା।

କାରରେ ବସିଥିବା ଯୁବକ ଜଣକ ନିଜକୁ ଗାଢକଣର ଯୁବକ ବୋଲି ପରିଚୟ ଦେଇଥିଲା । ସେ ସେଠାକାର ଲୋକାଲ ବୋଲି ସେମାନଙ୍କୁ କହି ଧମକ ଦେଇଥିଲା । ଯାହାକୁ ନେଇ କେଟିଏମରେ କାମ କରୁଥିବା କର୍ମଚାରୀ ଓ ସେହି ଗାଢକଣ ଯୁବକ ଭିତରେ ବିବାଦ ଉଗ୍ରରୂପ ନେଇଥିଲା। ଏହାର ଠିକ ୨୦ ମିନିଟ ଭିତରେ ଗାଢକଣର ୬ରୁ ୭ଜଣ ଯୁବକ ସେଠାରେ ଏକତ୍ରିତ ହୋଇଯାଇଥିଲେ । ଯେଉଁଥିରେ ଥିଲେ ନିରଞ୍ଜନ ପରିଡା ,ବିଶାଲ ରାଉତ ସମେତ ବିବେକ ରାଉତ। ଏହାରି ଭିତରେ ପ୍ରେସ ଛକରେ ଥିବା ପାନ ଦୋକାନ ସାମ୍ନାରେ ଉଭୟ ଗୋଷ୍ଠୀ ଭିତରେ କଥା କଟାକଟି ସହ ଠେଲାପେଲା ହୋଇଥିଲା।

ଯାହାକୁ ଗାଢକଣର‌ କିଛି ଯୁବକ ନିଜର ଭାଇମାନଙ୍କ ସହ ମିଶି ଏକ ପରିବା ଦୋକାନ ଛୁରୀରେ ପ୍ରଥମେ କେଟିଏମ(ktm) ସୋରୁମ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ । ଯାହାର‌ ଜବାବରେ କେଟିଏମର ଜଣେ କର୍ମଚାରୀ ହଠାତ୍ ଏକ ଛୁରି ବାହାର କରି ଚିଣ୍ଟୁ ଓରଫ ନିରଞ୍ଜନ‌ ପରିଡାକୁ ଆକ୍ରମଣ କରିଥିଲା। ଯେହେତୁ ଛୁରୀଟି ଚିଣ୍ଟୁର ଛାତିରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା ।

ପରେ ପରିବା ଦୋକାନ ଛୁରୀରେ ଆଉ କିଛି ଯୁବକ ମଧ୍ୟ ଆକ୍ରମଣର ଶିକାର‌ ହୋଇଥିଲେ‌। ତେବେ ଭାଇଗିରି ଦେଖାଇବାକୁ ଯାଇ ଏକତ୍ରିତ ହୋଇ ଏପରି ଆକ୍ରମଣ କରିବାରୁ ପ୍ରତି ଆକ୍ରମଣରେ ଏପରି ଏକ ହତ୍ୟାକାଣ୍ଡ ଘଟିଥିଲା‌। ହେଲେ ଗଣ୍ଡଗୋଳ ଆରମ୍ଭ କରିଥିବା ଯୁବକ ବଦଳରେ ଆଉ ଜଣେ ଯୁବକ ଯେକି ଚିଣ୍ଟୁ ହତ୍ୟାର ଶିକାର‌ ହୋଇଥିଲା।

ଏହାବି ପଢନ୍ତୁ : ରାଜଧାନୀ ବିଚ୍ ରାସ୍ତାରେ ଛୁରାମାଡ ଘଟଣା, ଜଣକୁ ସାକ୍ଷୀ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

ତେବେ ପୋଲିସ ଉଭୟ ପକ୍ଷ ଦ୍ବାରା ବ୍ୟବହୃତ ଛୁରୀକୁ ଜବତ କରିଥିବା ଅତିରିକ୍ତ ଡିସିପି କହିଛନ୍ତି‌ । ଘଟଣାର ଦୁଇ ଅଭିଯୁକ୍ତ ଯେକି ସତ୍ୟ ପ୍ରକାଶ ପାଣ୍ଡବ ଓରଫ ସତ୍ୟ ଓ ସତ୍ୟ ରଞ୍ଜନ ସିଘିଂ ଓରଫ କାହ୍ନା ଦୁଇ ଜଣ ଗିରଫ ହୋଇଛନ୍ତି । ହେଲେ ମୁଖ୍ୟ ଅଭିଯୁକ୍ତ ମିଲୁ ଏବେବି ଫେରାର ରହିଛି । ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ସେପଟେ ପୋଲିସ ତଦନ୍ତରୁ ଜଣାପଡିଛି ଯଦି ଏହି ହତ୍ୟାକାଣ୍ଡ ଘଟି ନ ଥାନ୍ତା । ତେବେ ଏହି ଗଣ୍ଡଗୋଳ ପାଇଁ ଭାଇଗିରି ଦେଖାଇଥିବା ଗୋଷ୍ଠୀର ଯୁବକକୁ ପ୍ରଥମେ ଗିରଫ କରିଥାନ୍ତା ପୋଲିସ। କାରଣ ସେମାନଙ୍କ ଠାରୁ ଆରମ୍ଭ ହୋଇଥିଲା ବିବାଦର‌ ସୁତ୍ରପାତ । ଯଦି କୈଣସି ପରିସ୍ଥିତି ଉପୁଜି ଥିଲା । ପ୍ରଥମେ ପୋଲିସର‌ ସହାୟତା ନ ନେଇ ଏପରି ଆଇନକୁ ହାତକୁ ନେଇ ଗଣ୍ଡଗୋଳ କରିବା ମହଙ୍ଗା ପଡିଛି । ସେଥିପାଇଁ ଏକ ନିରୀହ ଜୀବନ ଯାଇଛି ।

ପୂର୍ବରୁ ସୁନ୍ଦରପଦା ହତ୍ୟାକାଣ୍ଡ ପଛରେ ବି ସମାନ‌ ସମାନ କାରଣ ଥିଲା ଭାଇଗିରି । ଭାଇଗିରି ପତିଆରା ପାଇଁ ଗୋଟିଏ ଗୋଷ୍ଠୀ ଆଉ ଏକ ଗୋଷ୍ଠୀକୁ ଆକ୍ରମଣ କରଥିବା ବେଳେ ଛଡାଇବାକୁ ଆସି ହତ୍ୟାର ଶିକାର‌ ହୋଇଥିଲେ ଦିପକ ରାଉତ ନାମକ ଯୁବକ। ତେବେ କଥା କଥାକେ ଏପରି ଆଇନକୁ ହାତକୁ ନେବା ଏବେ କମିସନରେଟ ପୋଲିସ ପାଇଁ ହୋଇଛି ଚିନ୍ତା ଜନକ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.