ETV Bharat / city

ପକୁଡି ବିକି ମୋଦିଙ୍କ ଜନ୍ମଦିନ ପାଳନ କଲା ଯୁବ କଂଗ୍ରେସ - bbsr youth congress

ଦେଶରେ ବୃଦ୍ଧି ପାଉଥିବା ବେରୋଜଗାରକୁ ବିରୋଧ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରୁଛି ଯୁବ କଂଗ୍ରେସ । ଅଧିକ ପଢନ୍ତୁ...

ପକୋଡି ବିକି ପିଏମ ମୋଦିଙ୍କ ଜନ୍ମ ଦିବସ ପାଳନ କଲା ଯୁବ କଂଗ୍ରେସ

author img

By

Published : Sep 17, 2020, 1:58 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି 70 ତମ ଜନ୍ମ ଦିବସ । ଏହି ଦିବସକୁ ସାରା ଦେଶରେ ବିଜେପି ସେବା ସପ୍ତାହ ଭାବେ ପାଳନ କରୁଛି । ହେଲେ ଏହାକୁ ଯୁବ କଂଗ୍ରେସ ପକ୍ଷରୁ ବେରୋଜଗର ଦିବସ ଭାବେ ପାଳନ କରାଯାଇଛି।

ଦେଶରେ ବେରୋଜଗାର ବଢି ବଢି ଯାଉଥିବାବେଳେ ସରକାର ଯୁବ ବର୍ଗଙ୍କୁ ସବୁଠାରୁ ବେଶୀ ଅବହେଳା ପ୍ରଦର୍ଶନ କରିଥିବା ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି। ସେହି ସରକାରଙ୍କ ବିଭିନ୍ନ ପ୍ରକାର ଅପରିଣାମଦର୍ଶୀ ପଦକ୍ଷେପ ପାଇଁ ଦେଶର ଆର୍ଥିକ ଅବସ୍ଥା ଖରାପ ଆଡ଼କୁ ଗତି କରୁଥିବାବେଳେ ଯୁବପିଢି ରୋଜଗାର ନ ପାଇ ଦିଶାହୀନ ହୋଇ ବୁଲୁଛନ୍ତି।

ପକୋଡି ବିକି ପିଏମ ମୋଦିଙ୍କ ଜନ୍ମ ଦିବସ ପାଳନ କଲା ଯୁବ କଂଗ୍ରେସ

ତେଣୁ ଆଜିର ଦିନରେ ସେମାନଙ୍କ ନିଯୁକ୍ତି ପ୍ରତି ସରକାର କୌଣସି ପଦକ୍ଷେପ ନ ନେଇ କେବଳ ନିଜର ପ୍ରଚାର କରିବାରେ ଲାଗିଛନ୍ତି। ତେଣୁ ଆଜିର ଦିନରେ ଯୁବ କଂଗ୍ରେସ ସରକାରଙ୍କ ନିକଟରେ ନିଯୁକ୍ତି ଦାବି କରିବା ସହ ପକୁଡ଼ି ପ୍ରସ୍ତୁତ କରି ବିକ୍ରି କରି ପ୍ରତିବାଦ ଜଣାଇଛନ୍ତି। ଆଗାମୀ ଦିନରେ ସାରା ରାଜ୍ୟରେ ବିଭିନ୍ନ ପ୍ରତିବାଦ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ଲେଙ୍କା ପ୍ରକାଶ କରିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.