ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ବେରୋଜଗାର ଦିବସ ଭାବରେ ପାଳନ କରିଛି କଂଗ୍ରେସ । ରାଜରାସ୍ତାରେ ପକୁଡି ଛାଣି ଅଭିନଵ ଉପାୟରେ ଜନ୍ମ ଦିବସର ପ୍ରତିବାଦ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଦେଶ ଓ ରାଜ୍ୟବାସୀଙ୍କ ସହ ଛଳନା କରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।
କେନ୍ଦ୍ର ସରକାର ବର୍ଷକୁ 2 କୋଟି ଓ ରାଜ୍ୟ ସରକାର 2 ଲକ୍ଷ ନିଯୁକ୍ତି ଦେବାକୁ କହିଥିଲେ ହେଲେ ସେ ସବୁ ପାଣିର ଗାର ପାଲଟିଯାଇଛି । ବିଗତ 45 ବର୍ଷ ଭିତରେ ଅଧିକ ବେରୋଜଗାର ଚିତ୍ର ସମ୍ନାନକୁ ଆସିଛି । ରାଜ୍ୟରେ 60 ଲକ୍ଷରୁ ଅଧିକ ଲୋକ ଓଡିଶା ବାହାରେ କାର୍ଯ୍ୟ କରୁଛନ୍ତି । ବିକାଶ ଏଠି ଖାଲି କଥାରେ ସୀମିତ ରହିଛି ବୋଲି କଂଗ୍ରେସ କହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ