ETV Bharat / city

ଆସନ୍ତା 4 ଦିନ ପ୍ରବଳ ଗୁଳୁଗୁଳି, 3 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୪ ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅସହ୍ୟ ହେବ ଗ୍ରୀଷ୍ମପ୍ରବାହ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, କେନ୍ଦ୍ରାପଡା, କୋରାପୁଟ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଗରମ ପ୍ରବାହିତ ନେଇ 3 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

author img

By

Published : Mar 26, 2021, 7:22 PM IST

ଭୁବନେଶ୍ବର: ଆସନ୍ତା ୪ ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅସହ୍ୟ ହେବ ଗ୍ରୀଷ୍ମପ୍ରବାହ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, କେନ୍ଦ୍ରାପଡା, କୋରାପୁଟ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କଟକ,ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗରମ ପ୍ରବାହିତ ନେଇ 3 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଆସନ୍ତା ୨୯,୩୦ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରୁ ୪୦ ରୁ ୫୦ କି.ମି ବେଗରେ ପବନ ବହିବ । ଫଳରେ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀ ମାନଙ୍କୁ ଏହି ଦୁଇ ଦିନ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଗତ ୨୪ ଘଣ୍ଟାରେ ୯ ଜିଲ୍ଲାରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରା ରେକର୍ଡ କରାଯାଇଛି । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୦.୮ ଡିଗ୍ରୀ ରହିଛି । ନୟାଗଡ଼ରେ ୪୦.୦, ସୋନପୁରରେ ୪୦.୨, ମାଲକାନଗିରିରେ ୪୦.୦, ବାରିପଦାରେ ୪୦.୦, ଭୁବନେଶ୍ୱରରେ ୪୦.୪, ଟିଟିଲାଗଡ଼ରେ ୪୦.୦, ଅନୁଗୋଳରେ ୪୦.୧, ବଲାଙ୍ଗୀରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.