ETV Bharat / city

କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଆଗକୁ ମୌସୁମୀ ବାୟୁ କେରଳ ଛୁଇଁବ। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ହୋଇଛି । ଅଧିକ ପଢନ୍ତୁ...

କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ
କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ
author img

By

Published : May 31, 2021, 10:25 PM IST

ଭୁବଲେଶ୍ବର: ଆଗକୁ ମୌସୁମୀ ବାୟୁ କେରଳ ଛୁଇଁବ । ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ମଙ୍ଗଳବାର ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ।

କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

କୋରାପୁଟ,ନବରଙ୍ଗପୁର,ମାଲକାନଗିରି,ନୂଆପଡା,କଳାହାଣ୍ଡି,ରାୟଗଡା,କନ୍ଧମାଳ,ଗଜପତି,ନୟାଗଡ଼,ଖୋର୍ଦ୍ଧା,ମୟୂରଭଞ୍ଜ,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଏନେଇ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଭୁବନେଶ୍ୱରରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ବର୍ଷା ହେବ।

ଗତ ୨୪ ଘଣ୍ଟା ମଧ୍ୟରେ ବରପାଲିରେ ସର୍ବାଧିକ ୪୭.୦ ମିମି , ଚନ୍ଦନପୁର ରେ ୪୪.୦,ଜଳେଶ୍ବରରେ ୩୭.୦ ମିମି, କୋକସରାରେ ୩୦.୦ ମିମି ବର୍ଷା ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୨.୦ ଡିଗ୍ରୀ, ଭବାନୀପାଟଣାରେ ୪୧.୫, ବଲାଙ୍ଗୀରରେ ୪୧.୨, ମାଲକାନଗିରିରେ ୪୧.୦, ସୋନପୁରରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.