ETV Bharat / city

ପ୍ରଦୀପ ମାଝୀଙ୍କ ନେତୃତ୍ବରେ 'ୟସ' ଟାସ୍କଫୋର୍ସ ଗଠିତ: ଆସନ୍ତାକାଲିରୁ ୩ ଦିନିଆ ଭଦ୍ରକ-ବାଲେଶ୍ୱର ଗସ୍ତ - ୟସ

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝାଙ୍କ ନେତୃତ୍ବରେ ୮ ଜଣିଆ କମିଟି ଗଠନ କରାଯାଇଛି । ପ୍ରଦୀପଙ୍କ ନେତୃତ୍ୱରେ 8 ଜଣିଆ ଟିମ ଆସନ୍ତାକାଲି ୟାସ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଗ୍ରସ୍ତ କରିବେ । ଅଧିକ ପଢନ୍ତୁ...

ପ୍ରଦୀପ ମାଝୀଙ୍କ ନେତୃତ୍ବରେ 'ୟସ' ଟାସ୍କଫୋର୍ସ ଗଠିତ: ଆସନ୍ତାକାଲିରୁ ୩ ଦିନିଆ ଭଦ୍ରକ-ବାଲେଶ୍ୱର ଗସ୍ତ

author img

By

Published : May 27, 2021, 10:08 PM IST

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଂଗ୍ରେସ ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ୮ ଜଣିଆ କମିଟି ଗଠନ କରାଯାଇଛି । ପ୍ରଦୀପଙ୍କ ନେତୃତ୍ୱରେ 8 ଜଣିଆ ଟିମ ଆସନ୍ତାକାଲି ୟସ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଗ୍ରସ୍ତ କରିବେ ।

ଆସନ୍ତାକାଲି ପୂର୍ବାହ୍ନ ୮ ଟାରେ ପିସିସି କାର୍ଯ୍ୟାଳୟରୁ ବାହାରିବେ । ଦିବା ୧୦. ୩୦ ମିନିଟରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ଭଦ୍ରକ ସଭାପତି ସୁବ୍ରତ ଦାସଙ୍କ ସହିତ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ଜିଲ୍ଲା କଂଗ୍ରେସ ୟାସ ଟାସ୍କଫୋର୍ସ ସଂଯୋଜକ ଆଉ ସଦସ୍ୟମାନେ ବାସୁଦେବପୁର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତ କରିବେ । କ୍ଷତିଗ୍ରସ୍ତ ଲୋକଙ୍କୁ ସାକ୍ଷାତ କରିବା ସହ ଲୋକଙ୍କ ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିବେ ।

ଭଦ୍ରକ ଜିଲ୍ଲା କାର୍ଯ୍ୟକ୍ରମ ଅନୁଧ୍ୟାନ ପରେ ରାଜ୍ୟ ଟାସ୍କଫୋର୍ସ କମିଟି ଅଧ୍ୟକ୍ଷ ଆଉ ସଦସ୍ୟମାନେ ବାଲେଶ୍ବରରେ ରାତ୍ରିଯାପନ କରିବେ । ମେ 29ରେ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ଜିଲ୍ଲା ଟାସ୍କ ଫୋର୍ସ କମିଟି ସଂଯୋଜକ ସଦସ୍ୟମାନେ ୟାସ ପ୍ରଭାବିତ ଅଂଚଳ ଗସ୍ତ କରିବେ । ଲୋକଙ୍କୁ ସାକ୍ଷାତ କରି ସେମାନଙ୍କର ମତାମତ ସହ କ୍ଷୟକ୍ଷତି, ସମସ୍ୟା ବିଷୟରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ସ୍ଥିରି କରାଯାଇଛି ।

ପ୍ରଦୀପ ମାଝୀଙ୍କ ସମେତ ଆବାହକ ଜାନକୀ ବଲ୍ଲଭ ପଟ୍ଟନାୟକ, ସଦସ୍ୟ ଶୁଭେନ୍ଦୁ ମହାନ୍ତି, ସମ୍ବୁ ପାଣିଗ୍ରାହୀ, ବିଶ୍ବଭୂଷଣ ଦାସ, ରତ୍ନାକର ଗୁରୁ, ଯୋଗେଶ ଅଗ୍ରୱାଲ, ସତ୍ୟଶିବ ଦାସ ପ୍ରମୁଖ ଗସ୍ତରେ ସାମିଲ ହେଉଛନ୍ତି ବୋଲି ପିସିସି ଟାସ୍କଫୋର୍ସ କମିଟି ଆବାହକ ଜାନକୀ ବଲ୍ଲଭ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.