ଭୁବନେଶ୍ବର: ରାଜଧାନୀର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଆରମ୍ଭ ହୋଇଛି ବିଶ୍ବ ଶିଳ୍ପୀ ଦିବସ 2019 । ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଡିସେମ୍ବର 8ରେ ବିଶ୍ବ ଶିଳ୍ପୀ ଦିବସ ପାଳନ କରାଯାଇଛି । ଆଜି ଠାରୁ ଦୁଇ ଦିନ ଧରି ଏହି ଗ୍ୟାଲେରୀରେ ଏକ ଜାତୀୟ ସ୍ତରର ଚିତ୍ରକଳା ପ୍ରଦର୍ଶନ ହେବ ।
ଏହି ଅବସରରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରା, ଡ.ଫାଲଗୁନି ନାୟକ, ଶ୍ରୀ ବିକାଶ ଚୌଧୁରୀ. ଡ ଆଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀରେ ରାଜ୍ୟରୁ 40ଜଣ ଚିତ୍ର ଶିଳ୍ପୀ ଭାଗ ନେଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ