ETV Bharat / city

ମହିଳାଙ୍କ ହାତରେ ରହିଛି ବିକାଶର ଚାବିକାଠି: ରାଜ୍ୟପାଳ - ମହିଳାମାନଙ୍କ ହାତରେ ହିଁ ବିକାଶର ଚାବି କାଠି

ମହିଳାମାନେ ବିକାଶର ମୁଖ୍ୟ । ସେମାନଙ୍କର ବିକାଶର ଆବଶ୍ୟକତା ନାହିଁ । ଏହି ପୁରୁଷକୈନ୍ଦ୍ରିକ ସମାଜରେ ମହିଳାମାନଙ୍କ ହାତରେ ହିଁ ବିକାଶର ଚାବିକାଠି ରହିଛି । ସେମାନେ ବିକାଶର ପ୍ରକୃତ ଅଧିକାରିଣୀ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅଧିକ ପଢ଼ନ୍ତୁ

ମହିଳାମାନେ ବିକାଶର ମୁଖ୍ୟ, ସେମାନଙ୍କର ବିକାଶର ଆବଶ୍ୟକତା ନାହିଁ  : ରାଜ୍ୟପାଳ

author img

By

Published : Sep 11, 2022, 10:14 AM IST

ଭୁବନେଶ୍ବର: ‘‘ମହିଳାମାନେ ବିକାଶର ମୁଖ୍ୟ । ସେମାନଙ୍କର ବିକାଶର ଆବଶ୍ୟକତା ନାହିଁ । ଏହି ପୁରୁଷକୈନ୍ଦ୍ରିକ ସମାଜରେ ମହିଳାମାନଙ୍କ ହାତରେ ହିଁ ବିକାଶର ଚାବିକାଠି ରହିଛି । ସେମାନେ ବିକାଶର ପ୍ରକୃତ ଅଧିକାରିଣୀ ।’’ ଶିଶୁ ଓ ମହିଳା ବିକାଶ ସୋସାଇଟିର ବାର୍ଷିକ ଉତ୍ସବ ଓ ଦେବଦୂତ ଆଓ୍ବାର୍ଡ ଅଫ୍ ଏକ୍ସଲେନ୍ସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି ।

ମହିଳାମାନେ ବିକାଶର ମୁଖ୍ୟ, ସେମାନଙ୍କର ବିକାଶର ଆବଶ୍ୟକତା ନାହିଁ : ରାଜ୍ୟପାଳ

ଓଡ଼ିଶା ଆସୋସିଏସନ ଫର୍ ବ୍ଲାଇଣ୍ଡ, ଖାରବେଳ ନଗର, ଭୁବନେଶ୍ୱର ଠାରେ ଶିଶୁ ଓ ମହିଳା ବିକାଶ ସୋସାଇଟିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସମାଜ ପାଇଁ ସେବା ଯୋଗାଉଥିବା ୯ ଜଣ ବ୍ୟକ୍ତିଙ୍କୁ ଦେବଦୂତ ଆଓ୍ବର୍ଡ ଅଫ୍ ଏକ୍ସଲେନ୍ସରେ ସମ୍ମାନିତ କରାଯାଇଛି ।

କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସସ୍ମିତା ସାମନ୍ତ, ୟୁଏନଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ପ୍ରଦର୍ଶିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଦିବ୍ୟାଙ୍ଗ, ଆଦିବାସୀ ତଥା ସମାଜର ଅନ୍ୟ ଅପହଞ୍ଚ ବ୍ୟକ୍ତିଙ୍କ ଉନ୍ନତି ପାଇଁ ସିଡବ୍ଲୁଡିଏସ ଦ୍ୱାରା କରାଯାଇଥିବା ଆଦର୍ଶ କାର୍ଯ୍ୟକୁ ପ୍ରତିପାଦନ କରୁଥିବା ପୁସ୍ତକ ଦେବଦୂତ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।

ପରେ କିଟ୍ ବିଶ୍ବବିଦ୍ୟାଳୟର କୁଳପତି ସସ୍ମିତା ସାହୁ, ୟୁଏନ୍‌ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ଅବସରପ୍ରାପ୍ତ ନାଭାଲ ଅଫିସର କୁଲଦୀପ ଚତୁର୍ବେଦୀ, ଡକ୍ଟର ନିରୋଜ ମିଶ୍ର, ଓଡିଶା ବ୍ଲାଇଣ୍ଡ ଆସୋସିଏସନ୍‌ ସଭାପତି ସନ୍ନ୍ୟାସୀ ବେହେରା, ଏମ୍‌ପିସି ମହାବିଦ୍ୟାଳୟର ପୂର୍ବତନ ପ୍ରିନ୍ସପାଲ୍ ବନଜା ମହାନ୍ତି, ଏସିପି ଲଲାଟେନ୍ଦୁ ମହାନ୍ତି, କମଳ କୁମାର ଦାଶ ପ୍ରମୁଖଙ୍କୁ ଦେବଦୂତ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ରାଜ୍ୟପାଳ ଶିଶୁ ଓ ମହିଳାଙ୍କ ବିକାଶ ଦିଗରେ ଆମ ସମସ୍ତଙ୍କୁ ହାତରେ ହାତ ମିଶାଇ ତାଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସିଡବ୍ଲୁଡିଏସ୍‌ର ଅଧ୍ୟକ୍ଷା କଳ୍ପନା ଦାସ ଅତିଥିମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ରାଜ୍ୟପାଳ ପୁସ୍ତକ ‘ଦେବଦୂତ’କୁ ଲୋକାର୍ପଣ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.