ଭୁବନେଶ୍ବର: ବହୁଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ଘଟଣା । ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କଲେ ସାକ୍ଷୀ । ଭଦ୍ରକ ଜେଲରେ ଜେଏମଏଫସି(JMFC)ଙ୍କ ନେତୃତ୍ବରେ ହୋଇଥିଲା ଟିଆଇ ପରେଡ(Test Identification Parade)। ଜେଲରେ ୩୦ଜଣଙ୍କ ମଧ୍ୟରୁ ୫ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିଛନ୍ତି ଘଟଣାର ସାକ୍ଷୀ ।
୩ ସାକ୍ଷୀ ଅଭିଯୁକ୍ତଙ୍କ ଟିଆଇ ପରେଡ ବେଳେ ବୁଲି ବୁଲି ଅଭିଯୁକ୍ତଙ୍କୁ ୫ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ରାଜ୍, ଭାଗ୍ୟଧର, ବିବେକ ଚିହ୍ନଟ ହୋଇଛନ୍ତି । ଘଟଣାର ୩ ସାକ୍ଷୀଙ୍କ ତଥ୍ୟ ଆଧାରରେ ଜେଏମଏଫସି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ପ୍ରମୁଖ ପ୍ରମାଣ ଯୋଗାଡ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ହୋଇପାରିବ କଠୋର କାର୍ଯ୍ୟାନୁଷ୍ଠାନ । ତେବେ ଏହି ଘଟଣାର ନିରଞ୍ଜନଙ୍କର ହୋଇନାହିଁ ଟିଆଇ ପରେଡ । ନିରଞ୍ଜନ ଚର୍ଚ୍ଚିତ ଚେହେରା ହୋଇଥିବାରୁ ତାଙ୍କର ଟିଆଇ ପରେଡ କରାଯାଇନାହିଁ । ତେବେ ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଛି ସୂଚନା ।
ସୂଚନା ଥାଉ କି ମାନସଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାଶପୁରରୁ ପ୍ରଥମେ ଅପହରଣ କରି ଭୁବନେଶ୍ଵରରେ ହତ୍ୟା ପରେ ମୃତଦେହକୁ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ବଢିପାଟଣା ଧାନ ବିଲରୁ ଉଦ୍ଧାର କରାଯାଇଥିଲା । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ସାମ୍ନାକୁ ଆସିଥିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅପହରଣ ଓ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ଅସଲି ଚିତ୍ର ।
ପ୍ରଥମେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିଥିଲା ପୋଲିସ । ଏଥିସହ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଚାନ୍ଦବାଲି ପୋଲିସ ମାର୍ଚ୍ଚ ମାସ 21 ତାରିଖ ଦିନ ଗିରଫ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଘଟଣାର ଗୁରୁତ୍ଵକୁ ଦେଖି ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ