ETV Bharat / city

‘ବିରୋଧୀ ଦଳ ଯାହା କହୁଛି କହୁ, ଆମେ କାମ ଜାରି ରଖିବୁ ’

ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ବିରୋଧୀଙ୍କ ସମାଲୋଚନା ପରେ ମୁହଁ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । କହିଲେ, ଆମେ କାମ କରୁଥିଲୁ କାମ ଜାରି ରଖିବୁ । ଅଧିକ ପଢନ୍ତୁ...

‘ବିରୋଧୀ ଦଳ ଯାହା କହୁଛି କହୁ, ଆମେ କାମ ଜାରି ରଖିବୁ ’
‘ବିରୋଧୀ ଦଳ ଯାହା କହୁଛି କହୁ, ଆମେ କାମ ଜାରି ରଖିବୁ ’
author img

By

Published : Oct 12, 2021, 4:08 PM IST

ଭୁବନେଶ୍ବର: ପୌର ନିର୍ବାଚନରେ ଆସନ ସଂରକ୍ଷଣକୁ ନେଇ ବିରୋଧୀଙ୍କ ସମାଲୋଚନା ପରେ ମୁହଁ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ପୌର ଆଇନରେ ସଂଶୋଧନ ପରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ସଂଶୋଧିତ ଆଇନ ଅନୁଯାୟୀ ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ 50% ଭିତରେ ସୀମିତ ରଖାଯିବ । ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା 27 ପ୍ରତିଶତ ମଧ୍ୟରେ ରହିବ । ସେହିପରି ମେୟର ଓ ପୌରସଂସ୍ଥାର ଅଧ୍ୟକ୍ଷ ପଦବୀ ପାଇଁ ପଛୁଆବର୍ଗଙ୍କ ପାଇଁ 27 ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ରହିବ । ତେବେ ଏ ନେଇ ଆରମ୍ଭ ହୋଇଛି ରାଜନୀତି । ନିର୍ବାଚନକୁ ଆଖିଆଗରେ ରଖି ଏପରି ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅଭିଯୋଗର ଜବାବ ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

‘ବିରୋଧୀ ଦଳ ଯାହା କହୁଛି କହୁ, ଆମେ କାମ ଜାରି ରଖିବୁ ’

ପ୍ରତାପ କହିଛନ୍ତି ଯେ, ବିରୋଧୀଙ୍କ କାମ ହେଉଛି ବିରୋଧ କରିବା । ପୂର୍ବରୁ ଯାହା କରିଥିଲୁ ସେନେଇ ବିରୋଧୀ ବିରୋଧ କରିଥିଲେ । ଏବେ ଯାହା କରୁଛୁ, ସେନେଇ ମଧ୍ୟ ଅଭିଯୋଗ କରୁଛନ୍ତି । ଆମ କାମ ଆମେ ଜାରି ରଖିବୁ । ଆମେ କାମ କରୁଥିଲୁ ଆଗକୁ କରିବୁ ବୋଲି କହିଛନ୍ତି ପ୍ରତାପ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.