ETV Bharat / city

ଜାଣନ୍ତି କି ଯାତ୍ରା ମହାବଳଙ୍କ ବଡ ଦୁଃଖ?

'କାନ୍ଦେନିରେ ମୁନା, ଅଝଟ ହୁଅନା, ବୁଡ଼ିଲାଣି ବେଳ ସଞ୍ଜକୁ ଆସିବ ସଞ୍ଜୟ ଭୋଳ' ଏହି ଡାଇଲଗରେ ମଞ୍ଚରେ ଭୂକମ୍ପ ସୃଷ୍ଟି ହୁଏ

author img

By

Published : Feb 27, 2019, 9:46 PM IST

ଫଟୋ ସୌଜନ୍ୟ: ପ୍ରତିନିଧି. ଭୁବନେଶ୍ବର

ଭୁବନେଶ୍ୱର: 'କାନ୍ଦେନିରେ ମୁନା, ଅଝଟ ହୁଅନା, ବୁଡ଼ିଲାଣି ବେଳ ସଞ୍ଜକୁ ଆସିବ ସଞ୍ଜୟ ଭୋଳ' ଏହି ଡାଇଲଗରେ ମଞ୍ଚରେ ଭୂକମ୍ପ ସୃଷ୍ଟି ହୁଏ। ସାଧାରଣ ଦର୍ଶକ ଭୟରେ ଜଡସଡ଼ ହେବା ସହିତ ଛୁଆମାନେ ଅଝଟ କରିବା ବନ୍ଦ କରି ଦିଅନ୍ତି ।ସେଆଉ କେହି ନୁହନ୍ତି ଗାଁରେ ଡ୍ରାମା କରିବାକୁ ରୁଚି ରଖୁଥିବା ସଞ୍ଜୁରୁ ଜଲିଉଡ଼ର ସଫଳ ଖଳନାୟକ ପାଲଟିଥିବା ଯାତ୍ରା ମହାବଳ ସଞ୍ଜୟ ଭୋଳ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢି ମଧ୍ୟ ତା ଠାରୁ ଢେର ସମ୍ମାନ ଅର୍ଜନ କରିଥିବା କହିଛନ୍ତି। ଅଭିନୟ ପ୍ରତି ନିଷ୍ଠା ଥିଲେ ଜଣେ ସଫଳ କଳାକାର ହୋଇପାରିବ ବୋଲି ସଞ୍ଜୟ ପ୍ରମାଣିତ କରିଛନ୍ତି । ସଫଳତାର ଶୀର୍ଷରେ ପହଞ୍ଚି ଥିଲେ ସୁଦ୍ଧା ଏବେବି ସେ ଅଭିନୟ ଶିକ୍ଷା କରିବା ପ୍ରତି ଗୁରୁତ୍ୱ ଦେଉଥିବା କହିଛନ୍ତି।

1989 ମସିହାରୁ ତାରପୁର ଅପେରାରୁ ନିଜର ମଞ୍ଚ ଜୀବନ ଆରମ୍ଭ କରିଥିବା ଶ୍ରୀ ଭୋଳ ଏହା ମଧ୍ୟରେ ଅନେକ ନାଟକରେ ନିଜର ସଫଳତାର ଛାପ ଛାଡିଥିବା ବେଳେ ପାରିବାରିକ ଜୀବନରେ ମଧ୍ୟ ବେଶ ସଫଳତା ହାସଲ କରିଛନ୍ତି। ତେବେ କର୍ମମୟ ଜୀବନରେ ନିଜର ପିତାମାତାଙ୍କ ମୃତ୍ୟୁରେ ପୁଅ ହୋଇ କାନ୍ଧ ଦେଇ ନ ପାରିବା ଜୀବନର ବଡ଼ ଦୁଃଖ ବୋଲି କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.