ETV Bharat / city

ବିଜେଡି-ବିଜେପିର ଭିତିରି ସମ୍ପର୍କକୁ ପଦାରେ ପକାଇବୁ: ଚେଲ୍ଲା କୁମାର

author img

By

Published : Aug 31, 2021, 7:27 PM IST

ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ ଆଜି ଦଳର ସ୍ଥିତି ସୁଧାରିବା ପାଇଁ ଆଲୋଚନା କରିଛି । 33 ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହ ମାରାଥନ ଆଲୋଚନା କରିଛନ୍ତି ରାଜ୍ୟ ପ୍ରଭାରୀ ଡ ଚେଲ୍ଲା କୁମାର। ଅଧିକ ପଢନ୍ତୁ...

Congress pravari dr chella kumar meeting on panchayat election
ଅଧିକ କ୍ରିୟାଶୀଳ ହେବ କଂଗ୍ରେସ ସଂଗଠନ : ଚେଲ୍ଲା କୁମାର

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ମାନସ ମନ୍ଥନ। ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ ଆଜି ଦଳର ସ୍ଥିତି ସୁଧାରିବା ପାଇଁ ଆଲୋଚନା କରିଛି । ଦଳର ପ୍ରଭାରୀ ଚେଲ୍ଲା କୁମାର ସମସ୍ତ କଂଗ୍ରେସ ନେତାଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି ।

ମଙ୍ଗଳବାର ଭୁବନେଶ୍ବରରେ କଂଗ୍ରେସ ପ୍ରଭାରୀ ଡ.ଚେଲ୍ଲା କୁମାରଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ବସିଥିଲା। ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସର ମାନସ ମନ୍ଥନ ଆରମ୍ଭ ହୋଇଛି। ରାଜ୍ୟର 33 ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ,ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ମାନଙ୍କ ସହ ମାରାଥନ ଆଲୋଚନା କରିଛନ୍ତି ରାଜ୍ୟ ପ୍ରଭାରୀ ଡ ଚେଲ୍ଲା କୁମାର। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି। ପୂର୍ବଭଳି ପୁଣି ଶକ୍ତିଶାଳୀ ହେବ କଂଗ୍ରେସ। ପଞ୍ଚାୟତ ନିର୍ବାଚନରେ ବାଜିମାତ କରିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। କଂଗ୍ରେସ ପୂର୍ବର ସ୍ଥିତିକୁ ଫେରି ଆସିବ। ତୃଣମୂଳସ୍ତରରୁ ଅଧିକ ସୁସଙ୍ଗଠିତ ହେବା ନେଇ ବୈଠକରେ ଆଲୋଚନା ହୋଇଛି।

ଖୁବଶୀଘ୍ର ଓଡିଶା ପରିକ୍ରମା କରିବ କଂଗ୍ରେସ। ବିଜେଡି ବିଜେପି ଭିତରେ ଥିବା ଭିତିରି ସମ୍ପର୍କକୁ ପଦାରେ ପକାଇବୁ,ସାଧାରଣ ଲୋକଙ୍କ ପାଖକୁ ଯାଇ ବିଜେଡି ବିଜେପିର ସମାଜ ବିରୋଧୀ କାର୍ଯ୍ୟଶୈଳୀକୁ ଲୋକଲୋଚନକୁ ଆଣିବୁ ବୋଲି ଚେଲ୍ଲା କୁମାର କହିଛନ୍ତି । ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ଶାସକ ଓ ବିରୋଧୀ ବିଜେପିର କାର୍ଯ୍ୟକ୍ରମ, ବିଭିନ୍ନ ପ୍ରସଙ୍ଗକୁ ନେଇ ଜନସାଧାରଣଙ୍କୁ ଭେଟିବ ଓ ବୁଝାଇବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.