ETV Bharat / city

ମିଳିମିଶି ପଞ୍ଚାୟତ ନିର୍ବାଚନ ଲଢ଼ିବୁ, କୁଲେସିକା ମୋ ସମାସ୍କନ୍ଦ ନୁହେଁ: ତାରାପ୍ରସାଦ ବାହିନୀପତି

author img

By

Published : Aug 31, 2021, 5:59 PM IST

Updated : Aug 31, 2021, 6:48 PM IST

ପ୍ରଭାରୀ ଓ ପିସିସି ସଭାପତିଙ୍କ ସହ ଭେଟି ବିବାଦର ଆପୋଷ ବୁଝାମଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମିଳିମିଶି ଲଢିବୁ । ଅଧିକ ପଢନ୍ତୁ...

Congress mla Taraprasad bahinipati
ମିଳିମିଶି ପଞ୍ଚାୟତ ନିର୍ବାଚନ ଲଢ଼ିବୁ: ତାରା

ଭୁବନେଶ୍ବର: କୋରାପୁଟ ଜିଲ୍ଲା କଂଗ୍ରେସ ବିବାଦରେ ସମାଧାନ କରିଛନ୍ତି ଓଡିଶା ପ୍ରଭାରୀ ଡ. ଚେଲ୍ଲା କୁମାର । ପ୍ରଭାରୀ ଓ ପିସିସି ସଭାପତିଙ୍କ ସହ ଭେଟି ବିବାଦର ଆପୋଷ ବୁଝାମଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଆଜି କଂଗ୍ରେକ ବିଧାୟକ ତାରାପ୍ରସାଦ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି ଯେ ଆଗାମୀ ଦିନରେ ଆମେ ସମସ୍ତେ ମିଳିମିଶି କାମ କରିବୁ ଏବଂ ପଞ୍ଚାୟତ ନିର୍ବାଚନରେ ଏକତ୍ର କାମ କରିବୁ। ଦଳବିରୋଧୀ କାମ କି ଗଣମାଧ୍ୟମରେ କୌଣସି ଦଳ ବିରୋଧୀ ମତ ପୋଷଣ କରିବୁ ନାହିଁ । ଏଭଳି ହେଲେ ତାଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ପୂର୍ବତନ ବିଧାୟକ କୈଳାଶ କୁଲେସିକା କଣ କହିଛନ୍ତି ମୋ ପାଖରେ ଖବର ଅଛି ବୋଲି ତାରା କହିଛନ୍ତି। ମୁଁ ବିଜେଡ଼ି ପାଇଁ କି ବିଜେପି ପାଇଁ କି କଂଗ୍ରେସ ପାଇଁ କାମ କରୁଛି ତାହା ଏଆଇସିସି ଓ ପ୍ରଦେଶ କଂଗ୍ରେସ ଜାଣିଛନ୍ତି। କନ୍ଦଳ ଭିତରେ ପଶିବାକୁ ମୁଁ ଚାହୁଁନି। ସେ ମୋ ସମାସ୍କନ୍ଦ ନୁହଁନ୍ତି। ମୁଁ ତା ଉପରେ ପ୍ରତିକ୍ରିୟା ଦେବାକୁ ଚାହୁଁନି ।

ମିଳିମିଶି ପଞ୍ଚାୟତ ନିର୍ବାଚନ ଲଢ଼ିବୁ, କୁଲେସିକା ମୋ ସମାସ୍କନ୍ଦ ନୁହେଁ: ତାରାପ୍ରସାଦ ବାହିନୀପତି

ସେପଟେ ଆଜି ମଧ୍ୟ କୈଳାଶ କୁଲେସିକା ତାରାପ୍ରସାଦ ବାହିନୀପତିଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ସେ ବିଜେଡି ସହିତ ସଲାସୁତାରା କରି କୋରାପୁଟ ଜିଲ୍ଲାରେ ଏକଛତ୍ରବାଦ ଚଳାଇଛନ୍ତି ବୋଲି କୈଳାଶ ଅଭିଯୋଗ କରିଛନ୍ତି । ଯଦି ସେ ଭୁଲ କରି କ୍ଷମା ମାଗୁଛନ୍ତି ତେବେ ଆମେ ମଧ୍ୟ ଭୁଲ କରି କ୍ଷମା ମାଗିବୁ ବୋଲି କୈଳାଶ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାହିନୀପତି ଦମ୍ପତି କଂଗ୍ରେସରେ ଥାଇ ବିଜେଡି ପାଇଁ କାମ କରୁଛନ୍ତି: କୈଳାସ କୁଲେସିକା

କୋରାପୁଟ ଜିଲ୍ଲା କଂଗ୍ରେସରେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କୁ ନେଇ ବିବାଦ ଉଗ୍ରରୂପ ନେଇଥିଲା। ସାଂସଦଙ୍କ ବୈଠକରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେତା କିଭଳି ବୈଠକରେ ଯୋଗ ଦେଲେ ବୋଲି ପିସିସି ସଭାପତିଙ୍କୁ ପ୍ରଶ୍ନ କରିଥିଲେ କୋରାପୁଟ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି । ଏହା ପରେ ତାରାପ୍ରସାଦ ବାହିନୀପତି ରାଜ୍ୟ କଂଗ୍ରେସକୁ ଟାର୍ଗେଟ କରିଥିଲେ ଏବଂ ପିସିସି ସଭାପତିଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ କରିଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

Last Updated : Aug 31, 2021, 6:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.