ETV Bharat / city

ଜଳ ସମ୍ପଦ ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି, ଗଣମାଧ୍ୟମ ଯାଇ ବନ୍ଦ କରୁ ଛତିଶଗଡ଼ ବ୍ୟାରେଜ

author img

By

Published : Apr 28, 2022, 11:06 PM IST

ତେଲ ଓ ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣକୁ ନେଇ ଜଳସମ୍ପଦ ମନ୍ତ୍ରୀଙ୍କ ଓଲଟା ପ୍ରଶ୍ନ । ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଲେ ଯାଆନ୍ତୁ ବ୍ୟାରେଜ ନିର୍ମାଣକୁ ଅଟକାଇବେ । ଅଧିକ ପଢନ୍ତୁ

ଜଳ ସମ୍ପଦ ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି, ଗଣମାଧ୍ୟମ ଯାଇ ବନ୍ଦ କରୁ ଛତିଶଗଡ଼ ବ୍ୟାରେଜ
ଜଳ ସମ୍ପଦ ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି, ଗଣମାଧ୍ୟମ ଯାଇ ବନ୍ଦ କରୁ ଛତିଶଗଡ଼ ବ୍ୟାରେଜ

ଭୁବନେଶ୍ବର: ତେଲ୍‌ ଓ ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣକୁ ନେଇ ଜଳସମ୍ପଦ ମନ୍ତ୍ରୀଙ୍କ ଓଲଟା ପ୍ରଶ୍ନ । ଛତିଶଗଡ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଜାରିରଖି ଥିବାବେଳେ ଏଥିରେ ପ୍ରଭାବିତ ହେବ ଓଡିଶାର ଦୁଇଟି ଜିଲ୍ଲା । ମାତ୍ର ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ । ଗଣମାଧ୍ୟମ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଓଲଟି ବିତଣ୍ଡା ଯୁକ୍ତି ଚର୍ଚ୍ଚାର ବିଷୟ ପାଲଟିଛି ।

ମନ୍ତ୍ରୀ ଓଲଟି ପ୍ରଶ୍ନ କରି କହିଛନ୍ତି ଯେ, ଛତିଶଗଡ଼ କ'ଣ ଆଜି ବ୍ୟାରେଜ କଲା, ଛତିଶଗଡ଼ ତା' କାର୍ଯ୍ୟ ଚଳେଇଛି ତ ସେଥିରେ ଅସୁବିଧା କଣ ? ଆମେ ଟ୍ରିବୁନାଲରେ ଅଛୁ, ଟ୍ରିବ୍ୟୁନାଲ ଯେପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ଆମେ କିଛି କରିପାରିବୁ ନାହିଁ । ଆମର ବିଶ୍ୱାସ ଆମେ ନିଶ୍ଚୟ ନ୍ୟାୟ ପାଇବୁ ।

ଆମେ କାହିଁକି ତା' ପୂର୍ବରୁ ଆଇନକୁ ହାତକୁ ନେବୁ । ସେନେଇ ଆଉ କଣ କରିବା ବୋଲି ଗଣମାଧ୍ୟମକୁ ପଚାରିଛନ୍ତି ମନ୍ତ୍ରୀ । ଏହା ସହ ଗଣମାଧ୍ୟମ ପ୍ରତିନିଧି ଯାଉ ନାହାଁନ୍ତି ବ୍ୟାରେଜ ବନ୍ଦ କରିଦେବେ ବୋଲି ମନ୍ତ୍ରୀ କହିଛନ୍ତି । ଆମ ରାଜ୍ୟରେ ହେଉନାହିଁ, ରାଜ୍ୟ ବାହାରେ ବ୍ୟାରେଜ ହେଉଛି । ତେଣୁ ଆମେ କିଛି ପଦକ୍ଷେପ ନେଇ ପାରିବୁ ନାହିଁ ବୋଲି ରଘୁନନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.