ETV Bharat / city

ଶୋଇଥିଲେ ସହକାରୀ ଯନ୍ତ୍ରୀ, ଘରେ ପଶିଲା ଭିଜିଲାନ୍ସ - ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଶୋଇଥିବା ସମୟରେ ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ରେଡ୍ କରିଛି । ଟି ସ୍ଥାନରେ ରେଡ ଜାରି ରଖିଛି ଭିଜିଲାନ୍ସ ବିଭାଗ । ଅଧିକ ପଢନ୍ତୁ

ଶୋଇଥିଲେ ସହକାରୀ ଯନ୍ତ୍ରୀ, ଘରେ ପଶିଲା ଭିଜିଲାନ୍ସ

author img

By

Published : Mar 14, 2022, 9:15 AM IST

Updated : Mar 14, 2022, 12:41 PM IST

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଭିଜିଲାନ୍ସ ଛାଟ । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସର ସର୍ଚ୍ଚ ଅପରେସନ। ଶୋଇଥିବା ସମୟରେ ସହକାରୀ ଯନ୍ତ୍ରୀଙ୍କ ଘରେ ପଶି ଚଢାଉ କଲା ଭିଜିଲାନ୍ସ ବିଭାଗ । R&B Division No-IVର ସହକାରୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ରେଡ କରିଛି ଭିଜିଲାନ୍ସ ଟିମ ।

ଶୋଇଥିଲେ ସହକାରୀ ଯନ୍ତ୍ରୀ, ଘରେ ପଶିଲା ଭିଜିଲାନ୍ସ

ଏକ ୧୬ ଜଣିଆ ଭିଜିଲାନ୍ସ ଅଫିସର ଟିମ ଯନ୍ତ୍ରୀଙ୍କ ଠିକଣାର ୬ଟି ସ୍ଥାନରେ ରେଡ କରିଛନ୍ତି । ଢେଙ୍କାନାଳର ଅଳସୁଆ ତାରିଣୀନଗରରେ ଥିବା ତିନି ତାଲା ବିଲ୍ଡିଂ, ରଘୁନାଥପୁର ନନ୍ଦନକାନନ, ଢେଙ୍କାନାଳରେ ଆଉ ଏକ ବିଲଡିଂ, ଶୈଳେଶ୍ରୀ ବିହାର ଭଡାଘରେ, ଅନୁଗୁଳ ସ୍ଥିତ ପୈତୃକ ଘର, ନିର୍ମାଣ ସୌଧରେ ଥିବା ଅଫିସରେ ରେଡ କରିଛି ଟିମ । ଅଜୟ ମିଶ୍ରଙ୍କ ଅଚଳାଚଳ ସମ୍ପତ୍ତି ଲାଗିଛି ଭିଜଲାନ୍ସ ହାତରେ । ନଗଦ ଟଙ୍କା, ଦାମି ଗାଡି, ଗହଣା କାଗଜପତ୍ର ଜଵତ କରିଛି ଭିଜିଲାନ୍ସ ଟିମ ।

ଯନ୍ତ୍ରୀଙ୍କ ଥିଲା ଗାଡି ସଉକ:

ଯନ୍ତ୍ରୀ ଘରୁ ମିଳିଛି ଦାମି ସ୍ପୋର୍ଟସ ବାଇକ ଓ ୮୪ହଜାର ନଗଦ କ୍ୟାସ । ଏଥିସହ ୮ଲକ୍ଷ ଟଙ୍କାର ଏକ ହ୍ୟୁଣ୍ଡାଇ ଆଇ ଟେନ କାର , ୭ ଲକ୍ଷ ଟଙ୍କାର ଏକ ବାଇକ, ୮ ଲକ୍ଷ ଟଙ୍କାର ଡୁକାଟି ବାଇକ, ୫ ଲକ୍ଷ ୪୦ ହଜାର ଟଙ୍କାର ଡାଭିଡସନର ଏକ ବାଇକ, ୭୦ ହଜାରର ସ୍କୁଟି ଓ ୫୫ ହଜାରର ଏକ ଡିଓ ସ୍କୁଟର ଜବତ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା ଓ ଢେଙ୍କାନାଳରୁ ଉର୍ମିଳା ପାତ୍ର ଇଟିଭି ଭାରତ

Last Updated : Mar 14, 2022, 12:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.