ETV Bharat / city

ଶୀଲା ଉପବନରେ ଉପରାଷ୍ଟ୍ରପତିଙ୍କ ବୃକ୍ଷରୋପଣ

author img

By

Published : Apr 2, 2021, 9:15 PM IST

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । କଟକ ଗସ୍ତ ପୂର୍ବରୁ ରାଜଭବନରେ ଗଛ ଲାଗାଇଛନ୍ତି ଉପ ରାଷ୍ଟ୍ରପତି । ଅଧିକ ପଢ଼ନ୍ତୁ...

ଶୀଲା ଉପବନରେ ଉପରାଷ୍ଟ୍ରପତିଙ୍କ ବୃକ୍ଷରୋପଣ
ଶୀଲା ଉପବନରେ ଉପରାଷ୍ଟ୍ରପତିଙ୍କ ବୃକ୍ଷରୋପଣ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି(ଶୁକ୍ରବାର) ଅପରାହ୍ନରେ କଟକ ଗସ୍ତ ପୂର୍ବରୁ ରାଜଭବନରେ ଆମ୍ବ ଗଛ ଲଗାଇଛନ୍ତି ଉପରାଷ୍ଟ୍ରପତି । ରାଜଭବନ ଶିଲା ଉପବନରେ ଆମ୍ବ ଗଛ ଲଗାଇ ପାଣି ଦେଇଛନ୍ତି ଉପରାଷ୍ଟ୍ରପତି ।

ଶୀଲା ଉପବନରେ ଉପରାଷ୍ଟ୍ରପତିଙ୍କ ବୃକ୍ଷରୋପଣ

ବୃକ୍ଷ ହିଁ ଜୀବନ। ଜୀବ ଜଗତ ବଞ୍ଚିବା ପାଇଁ ବୃକ୍ଷରୋପଣ କରିବା ଆବଶ୍ୟକ । କେବଳ କଥାରେ ନୁହେଁ, କାମରେ କରି ଦେଖାଇବାର ଆବଶ୍ୟକତା ରହିଛି । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ସେହିପରି ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ମଧ୍ୟ ଗଛ ଲଗାଇ ବୃକ୍ଷରୋପଣ କରିବାକୁ ବାର୍ତ୍ତା ଦେଇଛନ୍ତି ।

ଆଜି(ଶୁକ୍ରବାର) ଆଦିକବି ସାରଳା ଦାସଙ୍କ 6 ଶହ ତମ ଜନ୍ମ ବାର୍ଷିକ । ସାରଳା ସାହିତ୍ୟ ସଂସଦର 40 ତମ ବାର୍ଷିକ ସମାରୋହ ପାଳନ କରାଯିବ । ଏହି କାର୍ଯ୍ୟକ୍ରମ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାମିଲ ହେବେ । ଆସନ୍ତାକାଲି(ଶନିବାର) ଉତ୍କଳ ବିଶ୍ବବିଦ୍ୟାଳୟର 50 ତମ ସମାବର୍ତ୍ତନ କାର୍ଯ୍ୟରେ ଯୋଗ ଦେବେ।

ଆଜି(ଶୁକ୍ରବାର) ପୂର୍ବାହ୍ନ 11 ଟା 07 ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ପୋଲିସ ଡିଜି ଅଭୟ ଓ ଉନ୍ନୟନ କମିଶନର ପିକେ ଜେନା ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.