ETV Bharat / city

ଭୁବନେଶ୍ବରରେ ପରିବା ଦରରେ ନିଆଁ, ହନ୍ତସନ୍ତ ଗ୍ରାହକ

author img

By

Published : Jun 29, 2021, 7:16 PM IST

ରାଜଧାନୀରେ ପରିବା ଦର ଆକାଶ ଛୁଆଁ ହୋଇଛି । ଅଧିକାଂଶ ପରିବା ଦର 50 ଟଙ୍କା ଉପରେ ରହିଛି । ଅଧିକ ପଢ଼ନ୍ତୁ...

ଭୁବନେଶ୍ବରରେ ପରିବା ଦରରେ ନିଆଁ, ହନ୍ତସନ୍ତ ଗ୍ରାହକ
ଭୁବନେଶ୍ବରରେ ପରିବା ଦରରେ ନିଆଁ, ହନ୍ତସନ୍ତ ଗ୍ରାହକ

ଭୁବନେଶ୍ବର: ରାଜଧାନୀରେ ପରିବା ଦର ଆକାଶ ଛୁଆଁ ହୋଇଛି । ଅଧିକାଂଶ ପରିବା ଦର 50 ଟଙ୍କା ଉପରେ ରହିଛି । ପରିବା ବ୍ୟବସାୟୀ ମଧ୍ୟ କିଲୋ ପ୍ରତି ପରିବା ଦର ଡାକିବା ପରିବର୍ତ୍ତେ ଅଧ କିଲୋ ଓ ଅଢେଇ ଶହ ଗ୍ରାମର ଦର ଡାକୁଛନ୍ତି । ପରିବା ଦର ଶୁଣି ଗ୍ରାହକ ପରିବା କିଣିବାରୁ ମୁହଁ ଫେରାଉଥିବା ଦେଖା ଦେଇଛି ।

ରାଜଧାନୀର ବିଭିନ୍ନ ବଜାରରେ ଆଜି ବଜାରରେ ବିନସ୍ କିଲୋ ପ୍ରତି 130 ଟଙ୍କା, କ୍ୟାପିସିକମର ଦର 80 ଟଙ୍କା, ପୋଟଳ 60 ଟଙ୍କା, କଲରା 80 ଟଙ୍କା, ବାଇଗଣ କେଜି ପିଛା 45ରୁ 60 ଟଙ୍କା ଦର ରହିଛି । ତେବେ ଟମାଟୋ କିଲୋ 30 ଟଙ୍କାରେ ଉପଲବ୍ଧ ହୋଇଛି । କୋରୋନା ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ କରିଛି । ଏଭଳି ସ୍ଥିତିରେ ପରିବାର ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ।

ପନିପରିବାର ଅହେତୁକ ଦର ବୃଦ୍ଧି ସିଧାସଳଖ ଭାବେ ଲୋକଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି। ତେବେ ପୂର୍ବରୁ ଯେଉଁମାନେ କିଲେ ପରିବା କିଣୁଥିବା ଗ୍ରାହକ ବର୍ତ୍ତମାନ ଏହି ପରିମାଣ କମାଇ ଦେଇଛନ୍ତି । ଅନ୍ୟପଟେ ବ୍ୟବସାୟି ମଧ୍ୟ ଦର ବୃଦ୍ଧି ପାଇଁ ବ୍ୟବସାୟ କମିଥିବା କହିଛନ୍ତି ।

କୋରୋନା ମହାମାରୀ ଯୋଗୁଁ ରାଜ୍ୟରେ ଚାଷ କାର୍ଯ୍ୟ କମ ହୋଇଛି । ରାଜ୍ୟରେ ପରିବା ଉତ୍ପାଦନ କମୁଛି । ବାହାର ରାଜ୍ୟରୁ ପରିବା ଆମଦାନୀ ବଢିବା ଯୋଗୁଁ ପରିବା ଦର ମଧ୍ୟ ବଢିଥିବା କଥା କହିଛନ୍ତି ବ୍ୟବସାୟୀ । ଏଭଳି ଦର ବୃଦ୍ଧି ଆଉ ଏକ ମାସରୁ ଦୁଇ ମାସ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବଢ଼ୁଥିବା ଦେଖା ଦେଇଛି । ଗ୍ରାହକ ବହୁ କମ ପରିମାଣ ପରିବା କିଣି ନେଉଛନ୍ତି । ବ୍ୟବସାୟ ନଥିବାରୁ ପରିବା ବେପାରୀ ମଧ୍ୟ ହାତ ବାନ୍ଧି ବସିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.